ରାଫେଲର ଦଲାଲ ମୋଦି : ସିଦ୍ଧୁ

କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବାଦୀୟ ବୟାନ ଦେଇଛନ୍ତି । ସିଦ୍ଧୁ ଟ୍ୱିଟ୍ କରି କହିଛନ୍ତି, ୨୦୧୪ ରେ ମୋଦିଙ୍କ ଗଙ୍ଗା ମା’ଙ୍କ ନାଁ ନେଇ ଆସିଥିଲେ, କିନ୍ତୁ ୨୦୧୯ରେ ରାଫେଲର ଦଲାଲ ହୋଇ ଯିବେ ।

ମୋଦି କହୁଛନ୍ତି ପେନ୍ ଟିଏ କିଣିଲେ ବିଲ୍ ନେବା ପାଇଁ କିନ୍ତୁ ରାଫେଲ ବିଲ୍ କଥା ପଚାରିଲେ ସେ ହଡବଡେଇ ଯାଉଛନ୍ତି । ଯେଉଁ କବାଟ ବାହାରେ ଚୌକିଦାର ଛିଡା ହେଉଛନ୍ତି, ସେହି କବାଟ ସବୁବେଳେ ଗରିବଙ୍କ ପାଇଁ ବନ୍ଦ ଥିବା ଦେଖିବାକୁ ମିଳୁଛି ବୋଲି ସିଦ୍ଧୁ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − 8 =