ନକ୍ସଲ ସମର୍ଥକ  ପି. ବରବରା ରାଓ ଗିରଫ

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହତ୍ୟା ଷଡଯନ୍ତ୍ର ମାମଲାରେ ବାମପନ୍ଥୀ ବିଚାରଧାରାର ସମର୍ଥକ ତଥା ଲେଖକ ପି. ବରବରା ରାଓ ଗିରଫ ହୋଇଛନ୍ତି । ପୁନେ ପୋଲିସ ୭୮ ବର୍ଷୀୟ ବରବରା ରାଓଙ୍କୁ ତାଙ୍କ ହାଇଦ୍ରାବାଦ ଘରୁ ଗିରଫ କରିଛି । ହାଇଦ୍ରାବାଦର ଗାନ୍ଧିନଗର ଘର ସମେତ ୭ ଜଣଙ୍କ ଘରେ ଆଠ ଘଣ୍ଟାର ଚଢାଉ ପରେ ବରବରା ରାଓଙ୍କୁ ପୋଲିସ ଗିରଫ କରିଛି । ବରବରା ରାଓଙ୍କ ଘନିଷ୍ଠ ଦୁଇଜଣ ସାମ୍ବାଦିକ ଓ ଜଣେ ପ୍ରାଧ୍ୟାପକଙ୍କ ଘରେ ବି ଚଢାଉ କରିଥିଲା ପୋଲିସ। ତେବେ ସେମାନଙ୍କ ମଧ୍ୟରୁ ସାମ୍ବାଦିକ ଟେକୁଲୁ କାରାନ୍ଥିଙ୍କୁ ପୋଲିସ ଗିରଫ କରିଛି । କାରାନ୍ଥିଙ୍କ ଘରୁ ଜବତ ଏକ ଲ୍ୟାପଟପ୍ ଏବଂ କିଛି ଲିଫଲେଟ୍‌ରୁ ତାଙ୍କର ନିଷିଦ୍ଧ ଘୋଷିତ ମାଓ ଇଷ୍ଟି ପାର୍ଟି ସହ ସଂପର୍କ ଥିବା ସନ୍ଦେହ କରି ତାଙ୍କୁ ଧରି ନେଇଛି ପୋଲିସ । ଆଜି କେବଳ ହାଇଦ୍ରାବାଦ ନୁହେଁ ,ମୋଦି ହତ୍ୟା ଉଦ୍ୟମ ଷଡଯନ୍ତ୍ର ମାମଲାରେ ୫ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରିଥିଲା । ଏହି ଘଟଣାରେ ଜୁନ୍ ୬ ତାରିଖରେ ଦିଲ୍ଲୀ, ମୁମ୍ବାଇ ଓ ନାଗପୁରରୁ ୫ ଜଣ ପ୍ରମୂଖ ମାଓବାଦି ସମର୍ଥକଙ୍କୁ ଗିରଫ କରିସାରିଛି ପୋଲିସ।

Share

Leave a Reply

Your email address will not be published. Required fields are marked *

nineteen − 6 =