ଶାଳୀକୁ ପାଇବା ଲାଗି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ୟୁପି: ଉତ୍ତରପ୍ରଦେଶର ସମ୍ଭଲରୁ ପ୍ରେମ ଓ ହତ୍ୟାର ଆସିଛି ଏକ କରୁଣ ଚିତ୍ର । ପ୍ରକୃତରେ ଏଠାରେ ଜଣେ ବ୍ୟକ୍ତି ଶାଳୀ ପ୍ରେମରେ ପାଗଳ ହୋଇ ସ୍ତ୍ରୀର ବେକ କାଟି ମାରିଦେଇଛି । ତେବେ ଉକ୍ତ ବ୍ୟକ୍ତିର ୮ଟି ପିଲା ରହିଥିବା ବେଳେ ସେ ଏପରି କାଣ୍ଡ ଭିଆଇଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । ତେବେ ସ୍ତ୍ରୀର ମୃତ ଦେହକୁ ପୁଲିସ୍ ଗୋଟିଏ ଚାଷ ଜମିରୁ ଜୁନ୍ ୧୦ ତାରିଖରେ ଉଦ୍ଧାର କରିଛି ଏବଂ ହତ୍ୟାକାରୀ ସ୍ୱାମୀକୁ ଗିରଫ କରିଛି । ଉତ୍ତରପ୍ରଦେଶର ସମ୍ଭଲ ଅଞ୍ଚଳରୁ ଆସିଛି ଏଭଳି ଖବର । ଅଭିଯୁକ୍ତ ସ୍ୱାମୀ ଅଟାର ସିଂକୁ ଗିରଫ କରିଛି ପୋଲିସ ।

ଶାଳୀ ସହ ଖରାପ ସମ୍ପର୍କ ରଖିଥିଲା ଅଟାର । ସ୍ତ୍ରୀ ଏହା ଦେଖିବା ପରେ ତାକୁ ରାସ୍ତାରୁ ହଟାଇ ଦେଇଛି ଅଭିଯୁକ୍ତ । ସ୍ତ୍ରୀ ତଣ୍ଟି କାଟି ବିଲରେ ଫୋପାଡି ଦେଇ ଚାଲି ଆସିଥିଲା । ଆଉ ପରେ ସ୍ତ୍ରୀ ନିଖୋଜ ଥିବା ଥାନାରେ ଅଭିଯୋଗ କରିଥିଲା । ପରେ ପୋଲିସ ତଦନ୍ତ କରି ସବୁ ଜାରଇତିଲା । ଅଭିଯୁକ୍ତକୁ ଗିରଫ କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି । ସେପଟେ ଅଟାରର ୮ଟି ଛୁଆ ଥିବା ଜଣା ପଡିଛି । ମା ମରିବା ପରେ ବାପା ଜେଲକୁ ଯାଇଛି । ଏବେ ଏମାନେ କିପରି ଚଳିବେ ତାକୁ ନେଇ ଉଠିଛି ଦ୍ୱନ୍ଦ ।

Share

Leave a Reply

Your email address will not be published. Required fields are marked *

2 × three =