ଧାନ କ୍ୱିଣ୍ଟାଲ ୧୯୪୦

ନୂଆଦିଲ୍ଲୀ: ଧାନ କ୍ୱିଣ୍ଟାଲ ପିଛା ୧୯୪୦ ଟଙ୍କାର ଏମଏସପି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କ୍ୟାବିନେଟ୍ ବୈଠକରେ ଏଭଳି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଲେ ସରକାର । ୨୦୨୦-୨୧ରେ ୧୮୭୬ ଟଙ୍କା ଥିବା ବେଳେ ଏବେ ଏହା ୧୯୪୦ ଟଙ୍କା ଘୋଷଣା କରିଛି କେନ୍ଦ୍ର । ବିଭିନ୍ନ ଖାଦ୍ୟ ଶସ୍ୟର ମୂଲ୍ୟ ବୃଦ୍ଧି ନେଇ କ୍ୟାବିନେଟ ବୈଠକରେ ଆଲୋଚନ ହୋଇଥିଲା । ଧାନର ସହାୟକ ମୂଲ୍ୟ ବୃଦ୍ଧି ହେବା ପରେ ଅଧିକ ଲାଭ ପାଇବେ କୃଷକ ।

ସେପଟେ ରାଶି, ହରଡ଼, ବାଜରା ଓ ଡାଲି ଜାତୀୟ ଖାଦ୍ୟର ମଧ୍ୟ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି । ରାଶି ୪୨୪, ବିରି ହରଡର କ୍ୱିଣ୍ଟାଲ ପିଛିା ୩ଶହ ଟଙ୍କା ବଢ଼ିଥିବା ସୂଚନା । ସେପଟେ ଲକଡାଉନରେ କୃଷକଙ୍କ କଥା ବୁଝିଥିବାରୁ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

eleven + seventeen =