ଶିବରାଜଙ୍କୁ ମୁଖ୍ୟମନ୍ତ୍ରୀ ପଦଠାରୁ ଭଲ ପଦ ମିଳିବ … କାହିଁକି ଜାଣନ୍ତୁ

ଭୁବନେଶ୍ବର () ମଧ୍ୟପ୍ରଦେଶରେ ବିଜେପି ହାରିଗଲା । ଶିବରାଜ ସିଂହ ଚୌହାନଙ୍କ କରିସ୍ମା କାମ ଦେଲାନି । ମଧ୍ୟପ୍ରଦେଶ ବିଧାନସଭାରେ 230 ଆସନ ମଧ୍ୟରୁ ବିଜେପି 109ଟି ଓ କଂଗ୍ରେସ 114ଟି ଆସନ ଦଖଲ କରି ସରକାର ଗଠନ କଲା । ତଥାପି ଶିବରାଜଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ ପଦବୀ ଦେଇ ପୁରସ୍କୃତ କରିବାକୁ ଯାଉଛନ୍ତି । ଏହାକୁ ନେଇ ଜାତୀୟ ସ୍ତରରେ ବିଜେପିର ବରିଷ୍ଠ ନେତାଙ୍କୁ ଝଟକା ଲାଗିଛି ।

ଚର୍ଚ୍ଚା ଅନୁଯାୟୀ ଶିବରାଜଙ୍କୁ ମୋଦି ନିଜ କ୍ୟାବିନେଟରେ ସ୍ଥାନ ଦେବେ । ଅର୍ଥାତ ଖୁବଶୀଘ୍ର ଶିବରାଜ କେନ୍ଦ୍ର ମନ୍ତ୍ରୀ ହେବେ । ତାଙ୍କୁ ମଧ୍ୟପ୍ରଦେଶର ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ କରିବାକୁ ଚିନ୍ତା କରାଯାଉଛି । କାରଣ 2019ରେ ସୁଷମା ସ୍ବରାଜ ଆଉ ନିର୍ବାଚ ଲଢିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି । ତାଙ୍କ ସ୍ଥାନରେ ଶିବରାଜଙ୍କୁ ପ୍ରାର୍ଥୀ କରିବାକୁ ଦଳ ନିଷ୍ପତ୍ତି ନେଉଛି ।

ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଗଡରେ ପରାଜୟ ପୃଷ୍ଠଭୂମୀରେ ବିଜେପି 2019 ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି । ଏଭଳିସ୍ଥିତିରେ ମଧ୍ୟପ୍ରଦେଶରେ ଶିବରାଜଙ୍କ କାର୍ତ୍ତି ବଜାୟ ରଖିବା ସହ ତାଙ୍କ ହାତରେ ନିର୍ବାଚନ ପ୍ରସ୍ତୁତିର ମଙ୍ଗ ଧରାଇବାକୁ ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ ପଦବୀ ଦେବାକୁ ଯୋଜନା ହେଉଛି । ଶିବରାଜଙ୍କ ପ୍ରତି ମୋଦିଙ୍କ ଏହି ସହାନୁଭୁତିକୁ ନେଇ ଜାତୀୟ ସ୍ତରରେ କିଛି ବରିଷ୍ଠ ନେତାଙ୍କୁ ଝଟକା ଲାଗିଛି । ଶିବରାଜଙ୍କ ଭଳି ବୁସୁନ୍ଧରାରାଜେ ସିନ୍ଧିଆ ଓ ରମଣ ସିଂହ କାହିଁକି ବଡ ପଦବୀରେ ଥଇଥାନ ହେବେନେ ସେନେଇ ପ୍ରଶ୍ନ ଉଠିଛି ।

Share

Leave a Reply

Your email address will not be published. Required fields are marked *

four × 3 =