ମୁକୁଳିଲେ  ଅପହୃତ ପୋଲିସ କର୍ମଚାରୀ ଓ ତାଙ୍କ ସଂପର୍କୀୟ  

କାଶ୍ମୀର:  ଦକ୍ଷିଣ କାଶ୍ମୀରରେ ଗତକାଲି ସନ୍ଧ୍ୟାରେ ଅପହରଣ କରି ନେଇଥିବା  ୩ ଜଣ ପୁଲିସ୍ କର୍ମଚାରୀ ଓ ସେମାନଙ୍କର ୮ ଜଣ ସମ୍ପର୍କୀୟଙ୍କୁ ଆତଙ୍କବାଦୀମାନେ ମୁକ୍ତ କରି ଦେଇଛନ୍ତି। ପୁଲିସ୍ ଆତଙ୍କବାଦୀମାନଙ୍କର ଏକ ଡଜନ୍‌ରୁ ଅଧିକ ସଂପର୍କୀୟଙ୍କୁ ମୁକ୍ତ କରି ଦେବା ପରେ ସେମାନେ ମଧ୍ୟ ଏହି ପୁଲିସ୍ କର୍ମଚାରୀ ଓ ସେମାନଙ୍କ ସଂପର୍କୀୟମାନଙ୍କୁ ଛାଡ଼ି ଦେଇଥିଲେ। ଅପହୃତ ହୋଇଥିବା ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ଜଣେ ସବ୍‌ ଇନ୍‌ସପେକ୍ଟର ଥିଲେ। ଗତ ବୁଧବାର ଆତଙ୍କବାଦୀଙ୍କ ଆକ୍ରମଣରେ  ୪ ଜଣ ପୁଲିସ୍‌ କର୍ମୀ ନିହତ ହୋଇଥିଲେ।  ଏହାପରେ ପୁଲିସ୍‌ ହିଜବୁଲ୍‌ ମୁଜାହିଦୀନ ଆତଙ୍କବାଦୀ  ସଙ୍ଗଠନର କମାଣ୍ଡର୍‌ ରେୟାଜ ନାଇକୁର ବାପା ଅସଦୁଲ୍ଲା ନାୟକୁଙ୍କ ସହିତ ଆଉ କିଛି ଆତଙ୍କବାଦୀଙ୍କ ସମ୍ପର୍କୀୟଙ୍କୁ ଗିରଫ କରିଥିଲା। ଏଥିସହ ଆତଙ୍କବାଦୀଙ୍କ ୨ଟି ଘରକୁ ମଧ୍ୟ ନିଆଁ ଲଗାଇ ଦେଇଥିଲା।ଏହାପରେ ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ଏହି ପୁଲିସ୍‌ କର୍ମଚାରୀ ଓ ସେମାନଙ୍କ ସଂପର୍କୀୟମାନଙ୍କୁ ଅପହରଣ କରି ନେଇଥିଲେ। ଅନନ୍ତନାଗ, କୁଲଗାମ, ଶୋପିଆନ୍ ଓ ପୁଲୱାମା ଜିଲ୍ଲାରୁ ଏହି ପୁଲିସ୍ କର୍ମୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଅପହରଣ କରିନେଇଥିଲେ।

Share

Leave a Reply

Your email address will not be published. Required fields are marked *

eight − 7 =