କେରଳ ବନଯା ପରିସ୍ଥିତି ଶୋଚନୀୟ

କେରଳ: କେରଳରେ ପ୍ରଳୟଙ୍କରୀ ବନ୍ୟାରେ ୩୭ ଜଣଙ୍କ ମୃତ୍ୟୁ ହୋଇଛି । ମେ ମାସରୁ  ମୃତଯୁ ମଂଖଯ ହିସାବ କରାଗଲେ ବତ୍ତର୍ମାନ ସୁଦ୍ଧା ୧୮୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ, ୫୦ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିଲାବେଳେ ୧ ଲକ୍ଷ ହେକ୍ଟରରୁ ଅଧିକ ଜମି କ୍ଷତିଗ୍ରସ୍ତ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ବନ୍ୟା ପ୍ରଭାବିତ କେରଳରେ ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି।ରାଜନାଥଙ୍କ ସହିତ ପର୍ଯ୍ୟଟନ ମନ୍ତ୍ରୀ ଓ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ମଧଯ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଖୋଲା ଯାଇଥିବା ୫୦୦ରୁ ଅଧିକ ଥଇଥାନ ଶିବିରରେ ବନ୍ୟା ବିପନ୍ନକୁ ସହାୟତା ଯୋଗାଇ ଦିଆଯାଉଛି । ମୁନ୍ନାରରେ ଭୂସ୍ଖଳନ ଯୋଗୁଁ ଫସି ରହିଥିବା ୨୦ ବିଦେଶୀଙ୍କ ସହ ୬୯ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ମୃତକ ଓ କ୍ଷତିଗ୍ରସ୍ତ ପାଇଁ ରାଜ୍ୟ ସରକାର ସହାୟତା ରାଶି ଘୋଷଣା କରିଛନ୍ତି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । କେନ୍ଦ୍ର  ପକ୍ଷରୁ  ଏନଡିଆରଏଫର ୧୪ଟି ଟିମ ନିୟୋଜିତ କରାଯାଇଛି । ଏହି ଟିମଗୁଡିକ  ଚିକିତ୍ସା ସହାୟତା ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀଗୁଡିକ ଯୋଗାଇ ଦେବାରେ ସାହାର୍ଯ୍ୟ କରିବେ ।

Share

Leave a Reply

Your email address will not be published. Required fields are marked *

3 × two =