ନିର୍ବାଚନ ଲଢିବେ କହ୍ନେୟା କୁମାର

ପାଟନା:  ଜବାହାରଲାଲ ନେହେରୁ ୟୁନିଭର୍ସିଟିର ପୂର୍ବତନ  ସଭାପତି  କହ୍ନେୟା କୁମାର ନିର୍ବାଚନ ଲଢିବାକୁ ନିଶ୍ପତି ନେଇଛନ୍ତି । ବିଗତ ଦିନର ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ଘେରକୁ ଆସିଥିବା କହ୍ନେୟା କୁମାର ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ ବିହାରର ବେଗୁସରାଇ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ଵନ୍ଦ୍ବିତା କରିବେ। କହ୍ନେୟା କୁମାର ସିପିଆଇ ଚିହ୍ନରେ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି। କହ୍ନେୟା କୁମାରଙ୍କ ଘର  ବେଗୁସରାଇ ଜିଲ୍ଲା ବରୌନି ବ୍ଳକର ବିହତ୍‌ ପଞ୍ଚାୟତରେ। ତାଙ୍କ ମା’ ମୀନା ଦେବୀ ବେଗୁସରାଇରେ ଅଙ୍ଗନବାଡ଼ି କର୍ମୀ  ଥିବା ବେଳେ ବାପା ଜୟଶଙ୍କର ହେଉଛନ୍ତି ଜଣେ କ୍ଷୁଦ୍ର ଚାଷୀ। ବେଗୁସରାଇ ନିର୍ବାଚନମଣ୍ଡଳୀରୁ ବର୍ତ୍ତମାନ ବିଜେପିରୁ  ଭୋଳା ସିଂହ ଲୋକସଭାର ଏମପି ଅଛନ୍ତି। ତାଙ୍କୁ ବିହାରର ମହାମେଣ୍ଟ -ଆରଜେଡି, କଂଗ୍ରେସ, ଏନ୍‌ସିପି, ଜିତନ ରାମ ମାଂଝିଙ୍କ ନେତୃତ୍ଵାଧୀନ ଦଳ ‘ହମ’(ଏସ୍‌), ଶରଦ ଯାଦବଙ୍କ ଲୋକତାନ୍ତ୍ରିକ ଜନତା ଦଳ ଏବଂ ବାମଦଳ- ପକ୍ଷରୁ ସର୍ବସମ୍ମତି କ୍ରମେ ସମର୍ଥନ କରାଯାଇଛି। ଏହି ମହାମେଣ୍ଟର ନେତୃତ୍ୱ ନେଉଥିବା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜେଶ୍ୱର ଯାଦବ କହ୍ନେୟା କୁମାରଙ୍କୁ ବେଗୁସରାଇ ଲୋକସଭା ନିର୍ବାଚନମଣ୍ଡଳୀରୁ ଟିକେଟ ଦେବା ନେଇ ରାଜି ହୋଇଛନ୍ତି।

 

Share

Leave a Reply

Your email address will not be published. Required fields are marked *

12 + 9 =