ଆତଙ୍କୀ ହମଲାରେ ୪୨ ଯବାନ ସହିଦ, ୧୮ରୁ ଅଧିକ ଗୁରୁତର

ଜମ୍ମୁ କାଶ୍ମୀରରେ ଆତଙ୍କୀ ହମଲା। ଏହି ଆତଙ୍କୀ ହମଲାରେ ଘଟଣାସ୍ଥଳରେ ୪୨ ଯବାନ ସହିଦ୍ ହୋଇଥିବା ସୂଚନା ମିଳିଛି । ସେହିଭଳି ୧୮ରୁ ଅଧିକ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ପୁଲୱାମାର ହାଇୱେ ଉପରେ ଆଇଇଡ଼ି ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ । ସୂଚନା ମୁତାବକ ରାସ୍ତାରେ ଛିଡ଼ା ହୋଇଥିବା ସିଆରପିଏଫ ଯବାନଙ୍କ ଗାଡ଼ିରେ ଖଞ୍ଜା ହୋଇଥିଲା ଆଇଇଡ଼ି । ଏହାର ବିସ୍ଫୋରଣ ପରେ ସିଆରପିଏଫ ଯବାନଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରିଥିଲେ ଆତଙ୍କବାଦୀ ।
ସେପଟେ ଏହି ବଡ଼ ଆତଙ୍କବାଦୀ ଆକ୍ରମଣ ନେଇ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ ଇ ମହମ୍ମଦ ନିଜକୁ ଦାୟୀ କରିଛି । ସିଆରପିଏଫ ୫୪ ବାଟାଲିୟନର ଏକ ବସ ଯବାନ ମାନଙ୍କୁ ନେଇ ଜମ୍ମୁରୁ ଶ୍ରୀନଗର ଯାଉଥିବାବେଳେ ଅଓ୍ଵନ୍ତିପୁରା ନିକଟରେ ଆତଙ୍କବାଦୀମାନେ ବିସ୍ଫୋରକ ଭରା ଏକ କାରକୁ ଏହି ବସ ସହିତ ଧକ୍କା ଦେଇଥିଲେ । ପୁଲିସ ସୁତ୍ରରୁ ପ୍ରକାଶ ଯେ ଅପରାହ୍ନ ୩ଟା୩୦ ବେଳେ ଏହି ଘଟଣା ଘଟିଥିଲା ।

Share

Leave a Reply

Your email address will not be published. Required fields are marked *

5 + one =