ପଞ୍ଚମ ଶ୍ରେଣୀ ନାବାଳିକାକୁ ୭ଜଣ ମିଶି ଦୁଷ୍କର୍ମ

ଚଣ୍ଡିଗଡ଼: ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁଷ୍କର୍ମ ସଂଖ୍ୟା । ଦୁଷ୍କର୍ମକାରୀଙ୍କ କବଳରୁ ବର୍ତ୍ତୁ ନାହାଁନ୍ତି ନାବାଳିକା । ହରିୟାଣାରୁ ଆସିଛି ଏଭଳି ଏକ ଖବର । ଜଣେ ପଞ୍ଚମ ଶ୍ରେଣୀ ନାବାଳିକାକୁ ୭ଜଣ ମିଶି ଦୁଷ୍କର୍ମ କରିଥିବା ନଜରକୁ ଆସିଛି । ଅଶ୍ଳିଳ ଭିଡିଓ ଦେଖିବାର ପରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଜଣା ପଡିଛି । ପୋଲିସ ଏହି ଘଟଣାରେ ସମସ୍ତ ନାବାଳକଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ହରିୟାଣାରୁ ଆସିଛି ଏଭଳି ଲଜ୍ଜା ଖବର । ନାବାଳିକା ଜଣକ ବାହାରେ ଖେଳୁଥିବା ବେଳେ ଅଭିଯୁକ୍ତମାନେ ତାକୁ ଟେକି ନେଇଥିଲେ । ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ତେବେ ଦୁଷ୍କର୍ମ କରୁଥିବା ସମୟର ଭିଡିଓକୁ ମଧ୍ୟ ସେମାନେ ମୋବାଇଲେ ଉଠାଇଥିଲେ । ଯଦି ଏହି କଥା କାହା ଆଗରେ କହିବୁ ତେବେ ଭିଡିଓ ସମସ୍ତଙ୍କୁ ଦେଖାଇ ଦେବୁ ବୋଲି ଧମକ ଦେଇଥିଲେ । ମେ ୨୪ ତାରିଖରେ ଘଟିଥିବା ଏହି ଘଟଣା ଆଜି ଜଣା ପଡିଛି । ଝିଅଟି କାନ୍ଦି କାନ୍ଦି ଘର ଲୋକଙ୍କୁ କହିବା ପରେ ଅଭିଯୋଗ କରିଛନ୍ତି ପିଡିତାଙ୍କ ବାପା । ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ଜଣ ୧୨ ବର୍ଷ ବୟସରୁ କମ ହେବେ । ତେବେ ସେମାନଙ୍କ ମଧ୍ୟରେ ଥିବା ଜଣେ ୧୮ ବର୍ଷୀୟ ବାଳକ ସେମାନଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇ ଏଭଳି କରିବାକୁ ବାଧ୍ୟ କରିଥିବା ପୋଲିସ ସାମନାରେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − 11 =