ଗଣଦୁଷ୍କର୍ମର ଶିକାର ହେଲେ ନାବାଳିକା

ପାଟନା: କିଛି କ୍ଷଣର ସୁଖ ଲାଗି ମଣିଷ ପାଲଟି ଯାଉଛି ପଶୁ । ସାମାନ୍ୟ ଦେହର ସୁଖ ଲାଗି ମଣିଷ ପାଲଟୁଛି ନରରାକ୍ଷସ । ଦେହଲୋଭି ମଣିଷଙ୍କ ଉନ୍ମୁକ୍ତକାଣ୍ଡ । ବିହାରର ହାଜିପୁର ଅଞ୍ଚଳରୁ ଆସିଛି ଏକ ଲଜ୍ଜାଜନକ ଖବର । ୫ଜଣ ଯୁବକ ମିଶି ଜଣେ ନାବାଳିକାଙ୍କୁ ଘରୁ ଉଠାଇ ନେଇଥିଲେ । ଦୁଷ୍କର୍ମ କରିବା ପରେ ନାବାଳିକାଙ୍କୁ ବୁଦାମୂଳେ ଫୋପାଡ଼ି ଚାଲିଯାଇଥିଲେ । ପୋଲିସ ଖବର ପାଇବା ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୨ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଗତ ୨୯ ତାରିଖରେ ନାବାଳିକାଙ୍କ ପରିବାର ଲୋକେ ଏକ ବିବାହ ଉତ୍ସବରେ ଯୋଗ ଦେବା ଲାଗି ଯାଇଥିଲେ । ତାଙ୍କ ଜେଜେବାପା ଘର ବାହାରେ ଶୋଇଥିବା ବେଳେ ନାବାଳିକା ଜଣକ ଘର ଭିତରେ ଶୋଇଥିଲେ । ତେବେ ସେହ ଗ୍ରାମର ୫ଜଣ ଯୁବକ ମିଶି ନାବାଳିକାଙ୍କୁ ଘରର ଝରକା ଭାଙ୍ଗି ଟେକି ନେଇଥିଲେ । ଜଣକ ପରେ ଜଣେ ଦୁଷ୍କର୍ମ କରିବା ପରେ ଗାଁରୁ କିଛିଦୂରରେ ଏକ ବୁଦାମୁଳେ ଫୋପାଡି ଚାଲିଯାଇଥିଲେ । ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେବା ପରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ସମ୍ପୃକ୍ତ ୨ଜଣ ଦୁର୍ବୁତ୍ତ ଏବେ ମଧ୍ୟ ଫେରାର ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

11 + twenty =