ପ୍ୟାରିସରେ ଅଗ୍ନିକାଣ୍ଡ, ୧୦ରୁ ଊର୍ଦ୍ଧ୍ୱ ମୃତ

ପ୍ୟାରିସରେ ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଏକ ପୁରାତନ ଆପାର୍ଟମେଣ୍ଟରେ ନିଆଁ ଲାଗି ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ୩୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ଆହତଙ୍କ ଭିତରେ କିଛି ଅଗ୍ନିଶମ କର୍ମଚାରୀ ମଧ୍ୟ ରହିଛନ୍ତି । ତେବେ ଅଗ୍ନିଶମ ବାହିନୀର ତତ୍ପରତା ଯୋଗୁଁ ଶହ ଶହ ଲୋକଙ୍କ ଜୀବନ ବଞ୍ଚି ଯାଇଛି । ରାତି ଅଧ ପରେ କୋଠାରେ ନିଆଁ ଲାଗି ଯାଇଥିଲା । କେହି ଜଣେ ଜାଣିଶୁଣି ନିଆଁ ଲଗାଇଥିବା ପୋଲିସ୍ ସନ୍ଦେହ କରୁଛି । ଏହି ଅଭିଯୋଗରେ ଜଣେ ମହିଳାକୁ ଅଟକ ରଖି ପୋଲିସ୍ ପଚରା ଉଚରା କରୁଛି ।

Share

Leave a Reply

Your email address will not be published. Required fields are marked *

13 − 10 =