କରୋନା ସଂକ୍ରମଣରୁ ପିଲାଙ୍କୁ ସୁରକ୍ଷା ଦେଇପାରେ ମିଳିମିଳା ଟିକା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସିରିନଥିବା ବେଳେ ତୃତୀୟ ଲହରକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ତୃତୀୟ ଲହର ସୁଦ୍ଧା ଟିକାଦାନ ଉପରେ ଗୁରୁତ୍ୱ ଦିଆଯାଇଛି । ଏବେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନେ ଟିକା ନେଉଛନ୍ତି । ତେବେ ଦେଶରେ ଛୋଟ ଶିଶୁଙ୍କ ଲାଗି ଟିକା ଆସିନାହିଁ । ସୂଚନା ଅନୁଯାୟୀ କରୋନା ତୃତୀୟ ଲହର ଅଧିକ ଶିଶୁମାନଙ୍କୁ ପ୍ରଭାବିତ କରିପାରେ।ତେବେ ଏହା ଭିତରେ ଏକ ଆଶ୍ବସ୍ତିକର କବର ମିଳିଛି। ଏକ ଅଧ୍ୟୟନରୁ ଜଣାପଡିଛି ଯେ ମିଳିମିଳା ଟିକା ପିଲାମାନଙ୍କ ଲାଗି ସୁରକ୍ଷା କବଚ ସାଜିପାରେ। ଅର୍ଥାତ୍ ପିଲାମାନଙ୍କୁ ମିଳିମିଳା ଟିକା ଦେଲେ ସେମାନଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଦେଇଥାଏ।ପୁଣେର ବିଜେ ମେଡିକାଲ କଲେଜ ଦ୍ବାରା କରାଯାଇଥିବା ଅଧ୍ୟୟନରେ ଏହା ଦର୍ଶାଯାଇଛି ଯେ କରୋନା ଭୂତାଣୁ ବିରୁଦ୍ଧରେ ମିଳିମିଳା ଟିକା ୮୭.୫ ପ୍ରତିଶତ ପ୍ରଭାବଶାଳୀ।ଏହାଛଡା ମିଳିମିଳା ଟିକା ପିଲାମାନଙ୍କରେ ଭୂତାଣୁ ସଂକ୍ରମଣରୁ ଦୀର୍ଘକାଳୀନ ସୁରକ୍ଷା ଦେଇପାରେ। ତେବେ ଏହି ତଥ୍ୟକୁ ନେଇ ଅଧିକ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି ଗବେଷକ।

Share

Leave a Reply

Your email address will not be published. Required fields are marked *

three + sixteen =