ଦେଶରେ କମୁଛି କରୋନା ମିଟର, ଦିନକରେ ଚିହ୍ନଟ ହେଲେ ୧,୩୨,୩୬୪ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦିନକରେ ୨୭୧୩ ଜୀବନ ନେଲା କରୋନା । ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧,୩୨,୩୬୪ ନୂଆ ଆକ୍ରାନ୍ତ । ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୨,୦୭,୦୭୧ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୬୫,୭୯,୬୫୫ରେ ପହଞ୍ଚିଛି। ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୬,୩୫,୯୯୩ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୨,୪୧,୦୯,୪୪୮ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁନ୍ ୩ ତାରିଖ ସୁଦ୍ଧା ସମୁଦାୟ ୩୫,୭୪,୩୩,୮୪୬ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୨୦,୭୫,୪୨୮ଟି ନମୁନା ।

Share

Leave a Reply

Your email address will not be published. Required fields are marked *

10 − six =