ଯୁବତୀ ପାଇଁ ପେଚା ବଳି

ଆଜିକା ସମୟରେ ମଧ୍ୟ ଲୋକେ ଗୁଣିଗାରେଡ଼ି ଉପରେ ବିଶ୍ୱାସ କରୁଛନ୍ତି । ଆଜି ବି ଅନ୍ଧବିଶ୍ୱାସର ବିଷ ବିଳୟ ଭିତରେ ରହିଛି ମଣିଷ ସମାଜ । ଅବନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷ ତଳକୁ ଖସିଯାଉଛି । କାର୍ୟ୍ୟ ସାଧନ ପାଇଁ କଷ୍ଟ ନକରି ସୁବିଧା ରାସ୍ତା ବାଛିବାକୁ ଚାହୁଁଛନ୍ତି ଲୋକେ । କେତେବେଳେ କିଏ ପିଲାବଳି ଦେଲାଣି ତ ଆଉ କିଏ କିଏ ପଶୁପକ୍ଷୀଙ୍କୁ ବି ଛାଡ଼ୁନାହାନ୍ତି । ବାରମ୍ବାର ଏନେଇ ଲୋକଙ୍କୁ ସଚେତନ କରାଇଲେ ମଧ୍ୟ କିଛି ସୁଫଳ ମିଳୁନି । ରାଜଧାନୀରେ ଦିଲ୍ଲୀରେ ଘଟିଛି ଏପରି ଏକ ଘଟଣା ।
ଦିଲ୍ଲୀର ସୁଲତାନପୁରୀର ଜଣେ ମହିଳାଙ୍କୁ ଗୁଣି ଗାରେଡି କରି ଆକର୍ଷିତ କରିବା ଲାଗି ୪୦ ବର୍ଷ ବୟସ୍କ ଜଣେ ବ୍ୟକ୍ତି ଏକ ଧଳା ପେଚାକୁ ବଳି ଦେଇଥିଲେ ଜଣାପଡ଼ିଛି । ଏହି କାରନାମା କରିଥିବା ବ୍ୟକ୍ତିଙ୍କ ନାମ କହ୍ନେୟା ଓ ପେସାରେ ଜଣେ ଟ୍ରକ୍ ଚାଳକ । ସେ ଜଣେ ଯୁବତୀ ପ୍ରତି ଆକୃଷ୍ଟ ହୋଇଥିଲା । ମାତ୍ର ସେହି ଯୁବତୀ ତାକୁ ଚାହୁଁ ନ ଥିଲା । ଏଣୁ ସେ ଏକ ଭିଡିଓ ଦେଖି ଜାଣିବାକୁ ପାଇଲା ଯେ ଧଳା ପେଚାକୁ ମାରିଲେ ଯାହାକୁ ଚାହିଁବ ତାକୁ ସମ୍ମୋହିତ କରି ହେବ। ଏଣୁ ସେ ପେଚା କିଣି ତାକୁ ମାରିଥିଲା ।
ଅଭିଯୁକ୍ତ କହ୍ନେୟା ବିବାହିତ ଏବଂ ତିନିଟି ପିଲାର ବାପା । ଏ ବିଷୟରେ ତାର ଘରଲୋକେ ସବୁ ଜାଣିଥିଲେ । ସେ ଏକ ଛୁରିରେ ପେଚାକୁ ମାରିବା ସହ ତା’ ଶରୀରର ବିଭିନ୍ନ ସ୍ଥାନରେ ଛୁଞ୍ଚି ଫୋଡିଥିଲା । ଏହି ଘଟଣା ଜଣାପଡ଼ିବା ପରେ ଅଭିଯୁକ୍ତ କହ୍ନେୟାକୁ ପୁଲିସ୍ ଗିରଫ କରିଛି । ପୁଲିସର ସୂଚନା ଅନୁଯାୟୀ ସେହି ମୃତ ପେଚାର ଶବ ଅଭିଯୁକ୍ତ କହ୍ନେୟାର ଫ୍ରିଜରୁ ମିଳିଥିଲା ।

Share

Leave a Reply

Your email address will not be published. Required fields are marked *

18 + eleven =