ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଅମିତ ଶାହ

ପ୍ରଥମଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ | ଆଜି ଅମିତ ଶାହ ଗୁଜରାଟ ଗାନ୍ଧିନଗରରେ ଏକ ରୋଡ଼ ଶୋ’ କରିଥିଲେ | ରୋଡ଼ ଶୋ’ ପରେ ଅମିତ ଗାନ୍ଧିନଗର ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ | ନାମାଙ୍କନ ପତ୍ର ଦାଖଲବେଳେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ନିତିନ ଗଡ଼କରୀ, ଶିବସେନା ମୁଖ୍ୟ ଉଦ୍ଭବ ଠାକରେ, ଶିରୋମଣି ଅକାଲି ଦଳ ମୁଖ୍ୟ ପ୍ରକାଶ ସିଂହ ଏବଂ ରାମ ବିଳାସ ପାଶୱାନ ଉପସ୍ଥିତ ଥିଲେ |

Share

Leave a Reply

Your email address will not be published. Required fields are marked *

2 + 9 =