ରାହୁଲଙ୍କୁ ଝଟକା, ଦେଶରେ ପରିବର୍ତ୍ତନ ଆବଶ୍ୟକ:କେସିଆର

ରାହୁଲଙ୍କୁ ଝଟକା । ଦେଶରେ ବିକଳ୍ପ ମେଣ୍ଟ ଗଠନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଅଭିଯାନକୁ ଅଖିଳେଶଙ୍କ ସମର୍ଥନ । ଏନେଇ ସେ କେସିଆରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ଫେଡେରାଲ ଫ୍ରଣ୍ଟ ଗଠନ ପାଇଁ କେସିଆର ଉଦ୍ୟମ ଚଳାଇଛନ୍ତି । ତାଙ୍କୁ ଭେଟିବା ପାଇଁ ୬ ତାରିଖ ପରେ ହାଇଦ୍ରାବାଦ ଯିବେ । ଦିଲ୍ଲୀ ଗସ୍ତରେ କେ. ଚନ୍ଦ୍ରଶେଖର ରାଓ ତାଙ୍କୁ ଭେଟିବାରେ କାର୍ୟ୍ୟକ୍ରମ ଥିଲା । ତେବେ ୨୫ ଓ ୨୬ ତାରିଖରେ ଦିଲ୍ଲୀରେ ରହିପାରିନଥିବାରୁ କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟିବା ପାଇଁ ଅଖିଳେଶ ହାଇଦ୍ରାବାଦ ଗସ୍ତରେ ଯିବେ ବୋଲି ସୂଚନା ଦେଇଛନ୍ତି ।
ଅଣ-ବିଜେପି ଓ ଅଣ-କଂଗ୍ରେସ ଆଞ୍ଚଳିକ ଦଳକୁ ଏକଜୁଟ୍ ପାଇଁ ଉଦ୍ୟମ ଚଳାଇଥିବା କେସିଆର ନିକଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ । କେସିଆର କହିଛନ୍ତି, ଦେଶରେ ପରିବର୍ତ୍ତନ ଆବଶ୍ୟକ। ଏଥିଲାଗି ଆଂଚଳିକ ଦଳଙ୍କୁ ଏକଜୁଟ୍ କରିବାକୁ ଉଦ୍ୟମ ହେଉଛି। ଏପରି ପ୍ରୟାସରୁ ଆଗକୁ କିଛି ରେଜଲ୍ଟ ମିଳିବ ବୋଲି ଆଶା ରଖିଛନ୍ତି କେସିଆର ।
ସେପଟେ ଗତକାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର । ରାଜ୍ୟର ୧୦ ପଛୁଆ ଜିଲ୍ଲା ପାଇଁ ପାଣ୍ଠି ଅନୁମୋଦନ, ତେଲେଙ୍ଗାନା ପାଇଁ ପୃଥକ ହାଇକୋର୍ଟ ଓ କରିମନଗରରେ ଟ୍ରିପଲ ଆଇଟି ସ୍ଥାପନ ପ୍ରସଙ୍ଗରେ ସେ ଆଲୋଚନା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

four + two =