୫୦ ଲକ୍ଷ ଟଙ୍କାର ମଦ ଜବତ

ନୂଆଦିଲ୍ଲୀ: ବୁଧୁବାର ସକାଳେ ମୋହାନିଆ ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟରେ ଗାଡ଼ି ଯାଞ୍ଚ ସମୟରେ ଏକ୍ସାଇଜ୍ ବିଭାଗ ଏବଂ ପୋଲିସ୍ ଟିମ୍ ଏକ ଟ୍ରକ୍ରୁ ବହୁଳ ମାତ୍ରାରେ ମଦ ଜବତ କରିଛି । ବିହାରର ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏହାକୁ ବ୍ୟବହାର କରିବାକୁ ପ୍ରସ୍ତୁତି କରାଯାଉଥିଲା ବୋଲି ଜଣାପଡ଼ିଛି ।

ଗୁପ୍ତ ସୂଚନା ଅଧାରରେ ଜଲଜିରାର ବୋତଲ ବୁହା ଟ୍ରକ୍ରୁ ୪୧୦କାର୍ଟୁନ୍ ମଦ ଜବତ ହୋଇଥିଲା । ଏକ୍ସାଇଜ୍ ଅଧିକ୍ଷକ ରାକେଶ କୁମାର କହିଛନ୍ତି କି, ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟରେ ପ୍ରତିଦିନ ସକାଳେ ରୁଟିନ୍ ଯାଞ୍ଚ କରାଯାଏ । ତେବେ ଏକ ଗୁପ୍ତ ସୂଚନାରୁ ଏକ ବୃହତ ମଦ ଚାଲାଣ ହେବାର ସୂଚନା ମିଳିଥିଲା । ସନ୍ଦିଗ୍ଧ ଟ୍ରକ୍ଟି ଚେକ୍ ପୋଷ୍ଟରେ ପହଞ୍ଚିବା ପରେ ସନ୍ଦେହରେ ଯାଞ୍ଚ କରାଯାଇଥିଲା । ଟ୍ରକ୍ରେ ଜଲଜିରାର ବୋତଲ ଲୋଡ୍ ଥିଲା କିନ୍ତୁ ଠିକ୍ରେ ଯାଞ୍ଚ କରାଯିବା ପରେ ତା ତଳୁ ୪୧୦ କାର୍ଟୁନ୍ ମଦର ସନ୍ଧାନ ମିଳିଥିଲା । ପୋଲିସ୍ ଡ୍ରାଇଭର ଭିମସେନଙ୍କୁ ଗିରଫ କରିଛି । ଧରା ପଡ଼ିଥିବା ଡ୍ରାଇଭର ଚଣ୍ଡିଗଡ଼ର ବାସିନ୍ଦା ବୋଲି ଜଣାପଡ଼ିଛି ।

ମାମଲାରେ ଧରା ପଡ଼ିଥିବା ଟ୍ରକ୍ ଡ୍ରାଇଭର୍ଠୁ ଜଣାପଡ଼ିଛି ଯେ, ଏହି ସମସ୍ତ ମଦକୁ ଗୁରଗାଓଁ (ହରିୟାଣା)ରୁ ବିହାରର ରାଜଧାନୀ ପାଟଣାକୁ ନିଆଯାଉଥିଲା । ପାଟଣା ପରେ ଏହାକୁ ମଦ ଚୋରା ଚାଲାଣକାରୀଙ୍କ ଦ୍ୱାରା ମୁଜାଫରପୁର ଅଞ୍ଚଳକୁ ସ୍ଥାନାନ୍ତର କରାଯିବାର ଥିଲା । ମଦ ଉପରେ ଜଲଜିରାର ବୋତଲ ରଖାଯାଇଥିଲା ଯାହା ଫଳରେ ମଦ ବିଷୟରେ ଜଣା ପଡ଼ୁନଥିଲା । ତେବେ ଜବତ ହୋଇଥିବା ମଦର ମୂଲ୍ୟ ମୋଟ ୫୦ଲକ୍ଷ ବୋଲି ଜଣାପଡ଼ିଛି । ଏକ୍ସାଇଜ୍ ଅଧିକ୍ଷକ କହିଛନ୍ତି ଯେ, ଏହି ସପ୍ତାହରେ ଦୁଇଟି ଟ୍ରକ୍ରୁ ପ୍ରାୟ ଏକ କୋଟି ଟଙ୍କାର ମଦ ଜବତ ହୋଇଛି । ବର୍ତ୍ତମାନ ବିହାରରେ ପଞ୍ଚାୟତ ନିର୍ବାଚନର ସମୟ ତେଣୁ ତଦନ୍ତ ଜୋରଦାର କରାଯାଉଛି ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

two × 3 =