କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟେଦୁରପ୍ପା

ବେଙ୍ଗାଲୁରୁ()  ଚତୁର୍ଥ ଥର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଏସ ୟେଦୁରପ୍ପା । ରାଜ୍ୟପାଳ ବଜୁଭାଇ ବାଲା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏହା ସହିତ ୟେଦୁରପ୍ପା ରାଜ୍ୟର ୨୫ତମ ମୁଖ୍ୟମନ୍ତ୍ରୀ ରୂପେ କାର୍ୟ୍ୟଭାର ସମ୍ଭାଳିଛନ୍ତି। ଆଜି ସକାଳେ ସେ ରାଜ୍ୟପାଳ ବଜୁଭାଇ ବାଲାଙ୍କୁ ସାକ୍ଷାତ କରିବା ସହିତ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିଥିଲେ। ଏହା ପରେ ଜୁଲାଇ ୩୧ରେ ତାଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ପଡ଼ିବ।

ଶପଥ ନେବା ପରେ ୟେଦୁରପ୍ପାଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ପଡ଼ିବ। ବର୍ତ୍ତମାନ ସ୍ଥିତିରେ ବିଜେପି ପାଖରେ ଅଧିକ ବିଧାୟକ ଅଛନ୍ତି। ୨୦୦୭ରେ ସେ ମାତ୍ର ୭ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଜେଡିଏସ ସମର୍ଥନରେ ସେ ଏକ ମିଳିତ ସରକାର ଚଳାଉଥିଲେ ମଧ୍ୟ ତାହା ଏକ ସପ୍ତାହରୁ ଅଧିକ ସମୟ ତିଷ୍ଠି ପାରିନଥିଲା । ସେହିପରି ୨୦୦୮ରେ ସେ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ଖଣି ଦୁର୍ନିତି ଅଭିଯୋଗ କାରଣରୁ ୨୦୧୨ରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ଗତ ବର୍ଷ ବିଧାନସଭା ନିର୍ବାଚନ ପରେ ବିଜେପି ୧୦୫ ସିଟ ସହ ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇଥିବାରୁ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ତାଙ୍କ ସରକାର ମାତ୍ର ୪୮ ଘଣ୍ଟା ତିଷ୍ଠିପାରିଥିଲା । ଏଥର ସେ ୭୬ ବର୍ଷ ବୟସରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × one =