୭୭ ବିଧାୟକଙ୍କୁ ସୁରକ୍ଷା ଦେବ ସେନା

କଲିକତା: ୭୭ ବିଧାୟକଙ୍କୁ ସୁରକ୍ଷା ଦେବେ ସେନା । ପଶ୍ଚିମବଙ୍ଗ ବିଧାନସଭାକୁ ନୂଆ ନିର୍ବାଚିତ ହୋଇଥିବା ସମସ୍ତ ୭୭ ବିଧାୟକଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେମାନଙ୍କୁ ଅର୍ଦ୍ଧ ସାମରିକ ବଳ ସୁରକ୍ଷା ଯୋଗାଇବେ । ସୋମବାର ଦିନ ସୂଚନା ଦିଆଯାଇଛି କି,ଗୃହ ମନ୍ତ୍ରଣାଳୟର ଆଦେଶ ମୁତାବକ ପଶ୍ଚିମବଙ୍ଗରେ ମୋଟ ୭୧ ବିଜେପି ବିଧାୟକଙ୍କ ମଧ୍ୟରୁ ୬୧ ଜଣଙ୍କୁ ସର୍ବନିମ୍ନ ‘ଏକ୍ସ’ ଶ୍ରେଣୀଯୁକ୍ତ ସୁରକ୍ଷା ଯୋଗାଇ ଦିଆଯିବ । ଏହାସହ ସେମାନଙ୍କ ସରକାରୀ ବାସଭବନ ନିକଟରେ ସିଆଇଏସଏଫ୍ ର କମାଣ୍ଡର ସ୍ଥରୀୟ ଯବାନଙ୍କୁ ନିଯୁକ୍ତ କରାଯିବ । ଅନ୍ୟ ବିଜେପି ବିଧାୟକ ମାନଙ୍କୁ କେନ୍ଦ୍ରୀୟ ସୁରକ୍ଷା କିମ୍ବା ୱାଇ+ ସୁରକ୍ଷା ଯୋଗାଇ ଦିଆଯିବ ।

ତେବେ ଏହା ପୂର୍ବରୁ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଜେଡ୍ ସୁରକ୍ଷା ଯୋଗାଇ ଦିଆଯାଇଛି । ପଶ୍ଚିମବଙ୍ଗର ସମସ୍ତ ବିଜେପି ବିଧାୟକଙ୍କୁ ଅର୍ଦ୍ଧ ସାମରିକବଳ, କେନ୍ଦ୍ରୀୟ ରିଜର୍ଭ ପୋଲିସର ସଶସ୍ତ୍ର କମାଣ୍ଡର ମାନେ ସୁରକ୍ଷା ଯୋଗାଇବେ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସେଠାରେ ଦେଖାଦେଇଥିବା ହିଂସା କୁ ନଜରରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏଭଳି ସୁରକ୍ଷା ବ୍ୟବସ୍ଥାକୁ ମଞ୍ଜୁରୀ ଦେଇଛି ।

Share

Leave a Reply

Your email address will not be published. Required fields are marked *

four × two =