ଆଜି ଠାରୁ ଆରମ୍ଭ ବିଶ୍ୱକପ

ବିଶ୍ୱକପ ଟ୍ରଫି ପାଇଁ ଆଜିଠୁ ହେବ ମହା ଲଢେଇ । ବିଶ୍ୱ ଦେଖିବ କ୍ରିକେଟ ମହାକୁମ୍ଭ । ବିଶ୍ୱର ଶ୍ରେଷ୍ଠ ୧୦ଟି ଦଳ ମଧ୍ୟରେ ହେବ ଟକ୍କର । ଆଜି ଠାରୁ ଦେଢମାସ ଧରି ଚାଲିବ ବିଶ୍ୱକପ୍ ମୁକାବିଲା । ଚଳିତ ବର୍ଷ କ୍ରିକେଟ ବିଶ୍ୱକପରେ ଓପନିଂ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା । ଓଭାଲ ଗ୍ରାଉଣ୍ଡରେ ଭାରତୀୟ ସମୟ ଦିନ ୩ ଟାରେ ଆରମ୍ଭ ହେବ ଏହି ମ୍ୟାଚ୍ । ଉଭୟ ଦଳ ଆଜିର ମ୍ୟାଚ ଜିତିବାକୁ ଚେଷ୍ଟା କରିବେ ।

ଆସନ୍ତା ଜୁନ୍ ୫ ତାରିଖରେ ଭାରତ ତାର ଅଭିଯାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ କରିବ । ତେବେ ଏହାରି ଭିତରେ ସମସ୍ତଙ୍କ ଅପେକ୍ଷା ରହିଛି ଆସନ୍ତା ଜୁନ୍ ୧୬ ତାରିଖକୁ । କାରଣ ଏହି ଦିନ ମୁହାଁମୁହିଁ ହେବେ ବିଶ୍ୱର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଦଳ ଭାରତ ଏବଂ ପାକିସ୍ତାନ ।

Share

Leave a Reply

Your email address will not be published. Required fields are marked *

two × four =