ବିଶ୍ୱକପର ପୁରସ୍କାର ରାଶି ଘୋଷଣା

ପ୍ରଥମ କରି ବିଶ୍ୱକପ କ୍ରିକେଟ୍ ଇତିହାସରେ ଚଳିତ ଥର ୧୦ ମିଲିୟନ ଡ଼ଲାର ଟଙ୍କା ଅର୍ଥାତ୍ ଭାରତୀୟ ମୂଦ୍ରାରେ ୭୦ କୋଟି ୧୧ ଲକ୍ଷ ୫୦ ହଜାର ପୁରସ୍କାର ରାଶି ପ୍ରଦାନ କରାଯିବ । ତେବେ ବିଶ୍ୱକପ୍ ବିଜେତା ଦଳକୁ ୪ ମିଲିୟନ ଡ଼ଲାର ଅର୍ଥାତ୍ ୨୮ କୋଟି ୪ ଲକ୍ଷ ୭୬ ହଜାର ଟଙ୍କା ପୁରସ୍କାର ଅର୍ଥ ମିଳିବ । ସେହଭଳି ରନର୍ସ ଅପ୍ ଦଳକୁ ୨ ମିଲିୟନ ଡଲାର ଅର୍ଥାତ୍ ୧୪ କୋଟି ୩ ଲକ୍ଷ ୧ ହଜାର ଟଙ୍କା ପ୍ରଦାନ କରାଯିବ । ସେହିପରି ସେମି ଫାଇନାଲରେ ପରାଜିତ ହୋଇଥିବା ୨ ଟି ଦଳକୁ ୮ ଶହ ହଜାର ଡଲାର ଲେଖାଏଁ ପ୍ରଦାନ କରାଯିବ ।

ବିଶ୍ୱକପ୍ ଲିଗ୍ ଷ୍ଟେଜ ମ୍ୟାଚର ପ୍ରତି ବିଜେତା ଦଳକୁ ୪୦ ହଜାର ଡ଼ଲାର ମିଳିବାକୁ ଥିବାବେଳେ ଲିଗ୍ ଷ୍ଟେଜରୁ କ୍ୟାଲିଫାୟ କରିଥିବା ୬ଟି ଦଳକୁ ୧ ଲକ୍ଷ ଡଲାର ଲେଖାଏଁ ମିଳିବ ବୋଲି ଆଇସିସି ତରଫରୁ ଘୋଷଣା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

1 × 1 =