ସଂସଦରେ ଉଠିଲା ମହିଳା ସଂରକ୍ଷଣ ବିଲ୍ ଦାବି

ନୂଆଦିଲ୍ଲୀ () ସଂସଦରେ ବିଜେଡି ସାସଂଦ ଉଠାଇଲେ ମହିଳା ସଂରକ୍ଷଣ ବିଲ ଦାବି । ରାଜନୀତିରେ ମହିଳାମାନେ ମଧ୍ୟ ସଶକ୍ତ ହୁଅନ୍ତୁ । ପ୍ରଶାସନର ସର୍ବୋଚ୍ଚ ସ୍ତରରେ ନିଷ୍ପତ୍ତି ନେବାର ଅଧିକାର ପାଆନ୍ତୁ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଓ ଦେଶର ବିକାଶ ପାଇଁ ଯେଉଁ ଆଭିମୁଖ୍ୟ ନେଇଛନ୍ତି ତାକୁ କାର୍ଯ୍ୟକାରୀ କରିବାକୁ ବିଜେଡି ସାଂସଦମାନେ ଅଣ୍ଟାଭିଡିଛନ୍ତି ।

ଦଳୀୟ ସାଂସଦ ସସ୍ମିତ ପାତ୍ର ମହିଳା ସଂରକ୍ଷଣ ବିଲ୍‌ ତୁରନ୍ତ ପାରିତ କରିବା ନେଇ ରାଜ୍ୟସଭାର ଶୂନ୍ୟକାଳରେ ଦାବି ରଖିଛନ୍ତି । ନବୀନ ପଟ୍ଟନାୟକ ଦୀର୍ଘ ବର୍ଷ ଧରି ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ କରିବା ପାଇଁ ଦାବି କରିଛନ୍ତି । ଦେଶରେ ମହିଳାଙ୍କ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସଶକ୍ତିକରଣର ଆବଶ୍ୟକତା ରହିଛି । ଗତ ଲୋକସଭା ନିର୍ବାଚନରେ ବିଜେଡି ୩୩ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଥିଲା । ଏକମାତ୍ର ଦଳ ଭାବେ ଏକ ତୃତୀୟାଂଶ ମହିଳା ପ୍ରାର୍ଥୀ ଦେଇଥିଲା ବିଜେଡି । ସେହିପରି ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ପାଇଁ କେନ୍ଦ୍ର ସରକାର ରାଜ୍ୟର ମିଶନ ଶକ୍ତି କାର୍ଯ୍ୟକ୍ରମ ମଡେଲ୍ ବଳି ଯୋଜନା କରନ୍ତୁ ।

ମିଶନ ଶକ୍ତିରେ ରାଜ୍ୟର ପ୍ରାୟ ୮୦ ଲକ୍ଷ ମହିଳା ସଶକ୍ତ ହୋଇଛନ୍ତି । ଓଡ଼ିଆରେ ରାଜ୍ୟସଭାରେ ନିଜ ମତ ରଖିଥିଲେ ସସ୍ମିତ ପାତ୍ର । ଏହାପରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ନିଜେ ଓଡ଼ିଆରେ କହିଥିଲେ, ତମ ଭାଷା ଅତି ସୁନ୍ଦର । ଗତ ୧୬ ମାସ ମଧ୍ୟରେ ଚତୁର୍ଥ ଥର ପାଇଁ ଭେଙ୍କିୟା ସସ୍ମିତଙ୍କୁ ପ୍ରଶଂସା କରିଛନ୍ତି ।

ସେହିପରି ସାଂସଦ ଅମର ପଟ୍ଟନାୟକ ମଧ୍ୟ ମହିଳା ସଂରକ୍ଷଣ ବିଲ୍ ପାସ ନେଇ ଯୁକ୍ତି ବାଢିଛନ୍ତି । ଅଧା ଜନସଂଖ୍ୟାକୁ ଅଧିକାରରୁ ବଞ୍ଚିତ କରାଯାଇ ପାରିବନି । ଏନେଇ ସେ ପ୍ରାଇଭେଟ୍ ମେମ୍ବର ହିସାବରେ ବଜେଟ୍ ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍‌ ଉପସ୍ଥାପନ କରିବି । ଏହାକୁ ଆଲୋଚନା ପାଇଁ ଗ୍ରହଣ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

16 − 14 =