ମହିଳାଙ୍କୁ ଲାତ ଗୋଇଠା ମାରି କଂଗ୍ରେସ ନେତା ଫେରାର

ପଞ୍ଜାବ()  ଜଣେ ମହିଳାଙ୍କୁ ଘରୁ ଘୋଷାଡ଼ି ଲାତ ଗୋଇଠା ମାରି କଂଗ୍ରେସ ନେତା ଫେରାର ହୋଇଯାଇଛି । ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହେବାପରେ ଏହାକୁ ବିରୋଧ କରାଯାଇଛି । ପଞ୍ଜାବ ମୁକ୍ତସର ସହରରେ ଘଟିଥିବା ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ମହିଳାଙ୍କୁ ମାଡ ମାରୁଥିବା ବ୍ୟକ୍ତି ମୁକ୍ତସର ସହରର ଏକ ୱାର୍ଡ ମେମ୍ବରଙ୍କ ଭାଇ । ତାର ଏକ କବାଡି ଦୋକାନ ଅଛି । ସେ ଟଙ୍କା କାରବାର ମଧ୍ୟ କରେ । ମହିଳା ତାଠାରୁ କିଛି ଟଙ୍କା କରଜ କରିଥିଲେ । ସେହି ମାମଲାରେ ସେ ମହିଳାଙ୍କୁ ଘରୁ ଘୋଷାଡ଼ି ଆଣି ନିଜର କିଛି ସହଯୋଗୀଙ୍କ ସହ ମିଶି ମହିଳାଙ୍କୁ ବେଲ୍ଟ ଏବଂ ଜୋତାରେ ଲାତ ବିଧା ମାରିଥିଲା ।

ମହିଳାଙ୍କୁ ଗମ୍ଭୀର ଅବସ୍ଥାରେ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ମାମଲା ରୁଜ୍ଜୁ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ଫେରାର ଅଛି । ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି । ପୀଡିତାଙ୍କ ପରିବାରକୁ ମଧ୍ୟ ସୁରକ୍ଷା ଦିଆଯିବ ବୋଲି କହିଛି ପୋଲିସ ।

Share

Leave a Reply

Your email address will not be published. Required fields are marked *

2 × three =