ଦିଲ୍ଲୀପ ରାୟଙ୍କ ଏ ନିଷ୍ପତ୍ତି କାହିଁକି, ପଢନ୍ତୁ

2019ରେ ରାଉଲକେଲାରୁ ଲଢିବେ ନାହିଁ

ବ୍ରାହ୍ମଣୀ ସେତୁ ଶିଳ୍ପାନ୍ୟାସର 15 ମାସ ପରେ କାମ ଆରମ୍ଭ ହେଉନି

ଆଇଜିଏଚକୁ ସୁପରସ୍ପେଶିଲିଟି ହସପିଟାଲ ଘୋଷଣା କେବଳ ଘୋଷଣାରେ ରହିଲା

ଅଜଣା ଶକ୍ତିର ବ୍ୟକ୍ତିଗତ ସ୍ବାର୍ଥ ପାଇଁ କାମ ଅଟକି ଯାଉଛି

ଭୁବନେଶ୍ବର () ରାଜନୀତିରେ କିଛି ନିଷ୍ପତ୍ତି ଆନନ୍ଦ ମନରେ ନିଆଯାଏ । ଆଉ କିଛି ନିଷ୍ପତ୍ତି ନେବାକୁ ପଡ଼େ ଦୁଃଖ ଓ ଗଭୀର ମର୍ମବେଦନା ଭିତରେ । ୨୦୧୪ରେ ଅତି ଆନନ୍ଦ ଚିତ୍ତରେ ରାଉରକେଲା ବିଧାନସଭା ଆସନରୁ ପୁଣି ଲଢ଼ିବା ସକାଶେ ନିଷ୍ପତ୍ତି ନେଇଥିଲେ । ରାଉରକେଲାର ଭାଇ ଭଉଣୀ, ମା’ ମାଉସୀ ଓ ସକଳ ଶ୍ରେଣୀର ଜନତା ମୋତେ ବିୁଳ ସମର୍ଥନ ଜଣାଇ ଋଣୀ କରିଦେଲେ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ଦିଲ୍ଲୀପ ରାୟ କହିଛନ୍ତି । ଏହି ପ୍ରେସ ବିଜ୍ଞପ୍ତିରେ ଦିଲ୍ଲୀପ ନିଜ ନିଷ୍ପତ୍ତିର କାରଣ ସଂପର୍କରେ ବିସ୍ତ୍ରୁତ ଭାବେ ବ୍ୟାକ୍ଷା କରିଛନ୍ତି ।

ସେ କହିଛନ୍ତି ଯେ, ୨୦୧୪ ନିର୍ବାଚନ ବେଳେ ରାଉରକେଲା ନିକଟରେ ବ୍ରାହ୍ମଣୀ ନଦୀ ଉପରେ ଦ୍ବିତୀୟ ପୋଲ ନିର୍ମାଣ ଏବଂ ଆଇଜିଏଚ୍‍କୁ ଏକ ମେଡ଼ିକାଲ କଲେଜ ତଥା ସୁର ସ୍ପେଶିଆଲିଟି ହସ୍ପିଟାଲରେ ପରିଣତ କରିବା ଏକ ବଡ଼ ଇସ୍ୟୁ ଆଦୌ ନଥିଲା । ମୁଁ ବି କିଛି ପ୍ରତିଶ୍ରୁତି ଦେଇନଥିଲି । ହେଲେ, ସେତେବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାରକୁ ଆସିବା ବେଳେ ଜନସାଧାରଣଙ୍କ ବୃହତ୍ତର ସ୍ବାର୍ଥକୁ ଆଖିରେ ରଖି ବିଜେପି ବିଧାନସଭା ପ୍ରାର୍ଥୀ ଭାବେ ତାଙ୍କ ନିକଟରେ ଏହି ଦୁଇଟି ଦାବି ରଖିଥିଲି । ମୋଦୀଜୀ ମଧ୍ୟ ବ୍ୟାପକ ଆଲୋଚନା ପରେ ଏହି ଦାବି ଦୁଇଟିକୁ ଗ୍ରହଣ କରି ୨୦୧୪ ନିର୍ବାଚନୀ ସଭାରେ ପ୍ରତିଶ୍ରୁତି ଦେଲେ । କେନ୍ଦ୍ରରେ ମୋଦୀଜୀଙ୍କ ନେତୃତ୍ବରେ ଏନ୍‍ଡିଏ ସରକାର ଗଢ଼ା ହେଲା । ସମସ୍ତେ ଜାଣିଛନ୍ତି ସମ୍ମାନୀୟ ନରେନ୍ଦ୍ର ମୋଦୀଜୀ ପ୍ରଧାନମନ୍ତ୍ରୀ ଭାବେ ୨୦୧୫, ଏପ୍ରିଲ ପହିଲା ଉକ୍ରଳ ଦିବସରେ ରାଉରକେଲାକୁ ଆସିଥିଲେ । ସେତେବେଳେ ସାଧାରଣ ସଭାରେ ଦ୍ବିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଏବଂ ଆଇଜିଏଚକୁ ମେଡ଼ିକାଲ କଲେଜ ତଥା ସୁର ସ୍ପେଶିଆଲିଟି ହସ୍ପିଟାଲ ନିଶ୍ଚିତ କରାଯିବ ବୋଲି ସେ ଦୃଢ଼ ଘୋଷଣା କରିଥିଲେ । ମୋଦୀଜୀ ଜଣେ ବିକାଶ ପୁରୁଷ । ତେଣୁ ତାଙ୍କ ଘୋଷଣାକୁ ଆଧାର କରି ସମସ୍ତେ ଧରିନେଲେ ଯେ, ୨୦୧୯ ଭିତରେ ଦ୍ବିତୀୟ ବ୍ରାହ୍ମଣୀ ସେତୁ ସହିତ ମେଡ଼ିକାଲ କଲେଜ ଓ ସୁର ସ୍ପେଶିଆଲିଟି ହସ୍ପିଟାଲ ଉଦ୍‍ଘାଟନ ନିଶ୍ଚୟ ହେବ । ପ୍ରଚାର ବି ହେଲା କେନ୍ଦ୍ର ସରକାର ସୁର ସ୍ପେଶିଆଲିଟି ହସ୍ପିଟାଲ ପାଇଁ ୨୦୦କୋଟି ଟଙ୍କା ମଞ୍ଜୁର କଲେଣି – ଏଇ କାମ ଆରମ୍ଭ ହେଉଛି । ଯେଉଁ କେନ୍ଦ୍ରମନ୍ତ୍ରୀମାନେ ରାଉରକେଲା ଆସିଲେ, ସେମାନେ ବି ଏ ନେଇ ସମାନ ଢଙ୍ଗରେ କହିଲେ ବୋଲି ଦିଲ୍ଲୀପ କହିଛନ୍ତି ।

ସେ କହିଛନ୍ତି ଯେ, ବାରମ୍ବାର ଅନୁରୋଧ କ୍ରମେ କେନ୍ଦ୍ରମନ୍ତ୍ରୀ ନିତୀନ ଗଡ଼କରୀ ରାଉରକେଲା ଆସି ଦ୍ବିତୀୟ ବ୍ରାହ୍ମଣୀ ସେତୁର ଶିଳାନ୍ୟାସ କରିବା ସହିତ ୧୫ ଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ । କିନ୍ତୁ ୧୫ମାସ ହେବାକୁ ବସିଲା, ହେଲେ ଆଖିଦୃଶିଆ କିଛି ହେଲା ନାହିଁ । ସେହିରି କେତେକ ବିଭାଗକୁ ଉନ୍ନତି କରାଯିବା ପ୍ରକ୍ରିୟା ଆରମ୍ଭ ଛଡ଼ା ଆଇଜିଏଚ ମେଡ଼ିକାଲ କଲେଜ ଘୋଷଣା କେବଳ ଘୋଷଣାରେ ରହିଲା ନାହିଁ, ବରଂ ବାରମ୍ବାର ମିଥ୍ୟାପ୍ରଚାର ଯୋଗୁଁ ଲୋକେ ଭୁଲ ବୁଝିବା ଆରମ୍ଭ କଲେ । ଏହି ଦୁଇଟି ଦାବି ପୂରଣ ପାଇଁ ବ୍ୟକ୍ତିଗତ ଭାବେ ସେ ବହୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛି । କେନ୍ଦ୍ରମନ୍ତ୍ରୀ ଜୁଏଲ ବାବୁ ବି ଭେଟିଛନ୍ତି । ବୋଧହୁଏ ମୁଁ ନେଇଆଣି ଥୋଇ ପାରିଲି ନାହିଁ । ଏହି ପରୋକ୍ଷ ବିଫଳତା ମୋତେ ବାରମ୍ବାର ଆଘାତ ଦେଇଛି । ଏ ଦୃଷ୍ଟିରୁ ଦୁଇଟି ଅଧୁରା କାମ ପୂର୍ଣ୍ଣ ନହେବା ଯାଏଁ ଭୋଟରମାନଙ୍କ ପାଖକୁ ଅନ୍ତତଃ ନିଜ ପାଇଁ ଭୋଟ ମାଗିବାକୁ ଯିବା ଲାଗି ବିବେକ ତାଙ୍କୁ ବାଧା ଦେଉଥିବା ସେ କହିଛନ୍ତି। ଏଥର ରାଉରକେଲାରୁ ୨୦୧୯ରେ ନ ଲଢିବା ପାଇଁ ନିଷ୍ପତ୍ତି ନେବାକୁ ସେ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି। ଏଥିପାଇଁ ସେ ରାଉରକେଲା ବିଧାୟକ ପଦରୁ ଇସ୍ତଫା ଦେବା ସହ ଭାରତୀୟ ଜନତା ପାର୍ଟିରୁ ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା ଦିଲ୍ଲୀପ କହିଛନ୍ତି ।

ଦ୍ବିତୀୟ ବ୍ରାହ୍ମଣୀ ସେତୁ ନିଷ୍ପତ୍ତି ନୂଆ ନଥିଲା । ୨୦୧୧ ମସିହାରେ ତକ୍ରାଳୀନ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ଏହି ନିଷ୍ପତ୍ତି ନେଇଥିଲେ । ବୀରମିତ୍ରୁର-ବାରକୋଟ ମଧ୍ୟରେ ୨୩ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ ଯୋଜନା ଅନୁସାରେ ୨୦୧୨ରେ ଗେମନ ଇଣ୍ଡିଆକୁ ଏହି ପ୍ରକଳ୍ପ ଦାୟିତ୍ବ ଦିଆଯାଇଥିଲା । କିନ୍ତୁ କାମ ଆରମ୍ଭ ହେଲା ନାହିଁ । ଏହି କାରଣ ଯୋଗୁ ଦ୍ବିତୀୟ ବ୍ରାହ୍ମଣୀ ସେତୁ ଲାଗି ମୋତେ ବିଭିନ୍ନ ଫୋରମରେ ଲଢ଼େଇ କରିବାକୁ ପଡିଲା । ଯେଉଁ ଦିନରୁ ମାନନୀୟ ଗଡ଼କରୀଜୀ ବ୍ରାହ୍ମଣୀ ସେତୁର ଶୁଭ ଦେଲେଣି, ଏତେ ବେଳକୁ କାମ କେତେ ଆଗେଇ ଯାଆନ୍ତାଣି । କିନ୍ତୁ କାମ ଅଟକି ଯାଉଛି କାହା ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି?

ସେହିଭଳି ଚିକିତ୍ସା ପାଇଁ ସୁନ୍ଦରଗଡ଼ ଜିଲ୍ଲାର ରୋଗୀ ଦିଲ୍ଲୀ, ବିଶାଖାପାଟଣା କିମ୍ବା ରାୟପୁର ଇତ୍ୟାଦି ସ୍ଥାନକୁ ବହୁ ଖର୍ଚ୍ଚାନ୍ତ ହୋଇ ଯାଆନ୍ତି । ସେଥିାଇଁ ଆଇଜିଏଚକୁ ସୁପରସ୍ପେଶିଆଲିଟି ହସ୍ପିଟାଲ ଓ ମେଡିକାଲ କଲେଜରେ ପରିଣତ କରିବା ପାଇଁ ଦାବି ଉଠାଇଥିଲେ ବୋଲି ସେ କହିଛନ୍ତି। ତାଙ୍କ ସହିତ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ବାରମ୍ବାର ସ୍ବର ମିଳାଇ ଆସିଛନ୍ତି । ଗଲା ସାଢେ ଚାରିବର୍ଷ ଭିତରେ ଜିଲ୍ଲାର ଏହି ୨ଟି ପ୍ରମୁଖ ଦାବି ପୂରଣ ପାଇଁ ସେ କୌଣସି ହେଳା କହିନାହାଁନ୍ତି। କିନ୍ତୁ ଉଭୟ ପ୍ରକଳ୍ପ ନେଇ ଲୋକଙ୍କ ମନରେ ଆସୁଥିବା ସାଧାରଣ ମନୋବୃତି ବା ଧାରଣା ଏବେ ବେଶ୍‍ ଗୁରୁତ୍ବପୂର୍ଣ୍ଣ । ପ୍ରଥମ ଧାରଣା ଯେ, ସେ ବିଜେପି ବିଧାୟକ ଥିବା ପର୍ଯ୍ୟନ୍ତ ସେତୁ ସରିବନି କି ଆଇଜିଏଚ ମେଡିକାଲ କଲେଜ ହୋଇ ପାରିବନି । ସେ ହୁଏତ ଗଲାପରେ କାମ ଠିକ୍‍ଠାକ୍‍ ଚାଲିବ ! କାରଣ କାମ ହେଲେ କାଳେ ତାଙ୍କୁ ଶ୍ରେୟ ମିଳିଯିବ, ଲୋକେ ବାହା ବାହା କହିବେ ବୋଲି କେତେକ ଦଳୀୟ ନେତା ଆଶଙ୍କା କରନ୍ତି  । ତେଣୁ କେହି ପ୍ରଭାବଶାଳୀ ଗୋଷ୍ଠୀ ବା ବ୍ୟକ୍ତି ହୁଏତ ଏହା ଚାହୁଁ ନଥିବାରୁ କାମ ଅଟକି ଯାଉଛି । ନହେଲେ ପ୍ରଧାନମନ୍ତ୍ରୀ ଦାଦ୍ରା-ନଗର ହାବେଳୀରେ ମେଡିକାଲ କଲେଜ ଘୋଷଣା କରିବାର ତିନିମାସ ଭିତରେ ଟଙ୍କା ଆସିଲା କେମିତି? ରାଉରକେଲା ଇସ୍ପାତ କାରଖାନାରୁ କେନ୍ଦ୍ର ସରକାର ପ୍ରଚୁର ରାଜସ୍ବ ପାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ସତ୍ତ୍ବେ ଆଇଜିଏଚକୁ ମେଡିକାଲ କଜେଲ ଓ ସୁର ସ୍ପେଶିଆଲିଟି ହସ୍ପିଟାଲରେ ପରିଣତ କରିବା ପାଇଁ ଟଙ୍କା ମିଳିନି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି?

ଏହାଦ୍ବାରା ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତି କ୍ଷୂର୍ଣ୍ଣ ହୋଇଛି କହିବା ନିଷ୍ପ୍ରୟୋଜନ; କାରଣ ଲୋକଙ୍କ ଧାରଣା ଯେ, ପ୍ରକଳ୍ପ କରାଇ ନଦେବାକୁ ଚାହୁଁଥିବା ଶକ୍ତି ହୁଏତ ଭାବୁଛନ୍ତି ସୁନ୍ଦରଗଡ଼ରୁ ବିଜେପି ଆଉ ନ ଆସୁ! ଦିଲୀପ ରାୟଙ୍କୁ ଲୋକେ ବାହାବାହା ନ କରନ୍ତୁ! ହେଲେ ଏହା ଦ୍ବାରା କାହାର ବ୍ୟକ୍ତିଗତ ସ୍ବାର୍ଥକୁ କେତେ ଫାଇଦା ମିଳିବ ତାହା ବୁଝିବା କଷ୍ଟକର ହେଉଛି ବୋଲି ସେ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

nineteen + 4 =