ଜାତୀୟ ଦଳର ମୁଖ୍ୟ ଲକ୍ଷ୍ୟ କଣ ?

ଭୁବନେଶ୍ବର () ଜାତୀୟ ଦଳଗୁଡିକର ପ୍ରକୃତ ଆଭିମୁଖ୍ୟ କଣ । ସେମାନେ ରାଜ୍ୟ ସ୍ବାର୍ଥ ପାଇଁ ଲଢେଇ କରୁଛନ୍ତି କି । ଏହାକୁ ନେଇ ବିଜେଡି ସଭାପତି ସିଧାସଳଖ ଦୁଇ ପ୍ରମୁଖ ଜାତୀୟ ଦଳକୁ ସିଧାସଳଖ ଆକ୍ରମଣ କରିଛନ୍ତି । ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀରେ ନବୀନ ଜାତୀୟ ଦଳର ଲକ୍ଷ୍ୟ କଥା କହିବାକୁ ଯାଇ କହିଛନ୍ତି ଯେ, 

ନିର୍ବାଚନ ଜିତିବା । କ୍ଷମତା ଅଧିକାର କରିବା ଏବଂ କେନ୍ଦ୍ରରେ ସରକାର ଗଢିବା ।

ଜାତୀୟ ଦଳର ରାଜ୍ୟ ନେତୃତ୍ବର ମୁଖ୍ୟ ଲକ୍ଷ୍ୟ କଣ ?

ସେମାନଙ୍କର ମୂଳ ଲକ୍ଷ୍ୟ ହେଲା, ଜାତୀୟ ନେତୃତ୍ବକୁ ଖୁସି କରିବା ଏବଂ ମନ୍ତ୍ରୀ ହେବା ବା କିଛି ବଡ ପଦବୀ ପାଇବା ।

ଇତିହାସ କହୁଛି ଯେ ଜାତୀୟ ଦଳର ମୁଖ୍ୟ ଲକ୍ଷ୍ୟ ହେଉଛି – Mainstreaming agenda.

କେବଳ ଏହି mainstreaming  ଜରିଆରେ ହିଁ ସେମାନେ ଅଧିକ ଭୋଟ ପାଇପାରିବେ ।

ଏଥିପାଇଁ ସେମାନଙ୍କର ନୀତି ହେଉଛି ଗୋଟିଏ ଭାଷା – ହିନ୍ଦୀ ।

ଗୋଟିଏ ସଂସ୍କୃତି । ଗୋଟିଏ ନୀତି, ଯାହାକୁ ବଡ ବଡ ରାଜ୍ୟ ମାନଙ୍କ ପାଇଁ ସୁବିଧା ହେବ।

ଏବଂ ତା ପରେ ସେମାନେ ଅନ୍ୟ ରାଜ୍ୟ ମାନଙ୍କର ସ୍ବତନ୍ତ୍ର ପରିଚୟକୁ ଅଣଦେଖା କରି ସେହି ନୀତିକୁ ସମସ୍ତଙ୍କ ଉପରେ ଲଦି ଦିଅନ୍ତି।

ଜାତୀୟ ଦଳମାନେ ଜାତୀୟ ସ୍ତରରେ ନିଜ ସ୍ବାର୍ଥ ପାଇଁ ରାଜ୍ୟ ମାନଙ୍କର ସ୍ବତନ୍ତ୍ର ଆବଶ୍ୟକତା ସହିତ ସାଲିସ କରିଥାନ୍ତି ।

ଆମ ପାଇଁ ଆମ ଭାଷା ଓଡିଆ, ହିନ୍ଦୀ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ।

ଆମ ପାଇଁ ମହାନଦୀ ଅନ୍ୟ ନଦୀ ଠାରୁ ଅଧିକ ପବିତ୍ର ।

ଆମ ପାଇଁ ଓଡିଶୀ ସଙ୍ଗୀତ ହେଉଛି ଶାସ୍ତ୍ରୀୟ ସଂଗୀତ ।

ଆମ ପାଇଁ କୋଶଳୀ ଓ ହୋ ଭାଷା ହେଉଛି ପ୍ରମୁଖ ଭାଷା ।

ଆମ ପାଇଁ ଆଦିବାସୀ ମାନଙ୍କର ସମୃଦ୍ଧ ବିବିଧତା ଆମର ଶକ୍ତି।

ଆମ ପାଇଁ ସମ୍ବଲପୁରୀ ହସ୍ତତନ୍ତ ହେଉଛି ବିଶ୍ବସ୍ତରୀୟ ।

କିନ୍ତୁ, ଗୋଟିଏ ଜାତୀୟ ଦଳ ପାଇଁ ଏହାର କିଛି ମୂଲ୍ୟ ନାହିଁ ।

ଆମର ସ୍ବତନ୍ତ୍ର ଐତିହ୍ୟର ସୁରକ୍ଷା ପାଇଁ ଜାତୀୟ ଦଳର ରାଜ୍ୟ ନେତା ମାନଙ୍କର voice ନାହିଁ ।

ଏବଂ ଜାତୀୟ ଦଳର କେନ୍ଦ୍ରୀୟ ନେତୃତ୍ବରେ ଏ ବିଷୟରେ ଉଠାଇବା ପାଇଁ ଇଚ୍ଛା ବି ନାହିଁ ।

ରାଜ୍ୟର କଂଗ୍ରେସ ସରକାର ସବୁବେଳେ ଦିଲ୍ଲୀରୁ ରିମୋଟ କଣ୍ଟ୍ରୋଲ ଦ୍ବାରା ଚାଲୁଥିଲା ।

ବିଜେପି ଶାସିତ ରାଜ୍ୟ ମାନେ ମଧ୍ୟ ସେମାନଙ୍କ ଜାତୀୟ ନେତୃତ୍ବର ନିର୍ଦ୍ଦେଶରେ କାମ କରୁଛନ୍ତି ।

ଏହାକୁ ଗୋଟିଏ ଆଞ୍ଚଳିକ ଦଳ ଦ୍ବାରା ପରିଚାଳିତ ଓଡିଶା ସହିତ ତୁଳନା କରନ୍ତୁ ।

ବିଜୁ ଜନତା ଦଳ ଗୋଟିଏ ଆଞ୍ଚଳିକ ଦଳ ଭାବରେ ଓଡିଶାର ସ୍ବତନ୍ତ୍ର ପରିଚୟର ପ୍ରଚାର ଓ ପ୍ରସାର ପାଇଁ କାମ କରୁଛି ।

Share

Leave a Reply

Your email address will not be published. Required fields are marked *

15 − eleven =