ଓସିଏରେ ଆଜି ଯୋଗଦେବେ ୱାସିମ ଜାଫର

କଟକ: ଅନ୍ତର୍ଜାତୀୟ କ୍ରିକେଟର ୱାସିମ ଜାଫର ଓଡ଼ିଶା କ୍ରିକେଟ ଟିମ୍ର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି । ଦୁଇଟି କ୍ରିକେଟ ସିଜନ୍ (୨୦୨୧-୨୨, ୨୦୨୨-୨୩) ପାଇଁ ତାଙ୍କ ସହ ଚୁକ୍ତି କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) । ଶୁକ୍ରବାର ଓଡ଼ିଶା ଆସି ଜାଫର୍ କଟକ ଓସିଏ କାର‌୍ୟ୍ୟାଳୟରେ ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି । ଓସିଏ କାର‌୍ୟ୍ୟକର୍ତ୍ତାଙ୍କ ତରଫରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବାର ଯୋଜନା କରାଯାଉଛି । ପରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯିବ ବୋଲି ସୂତ୍ରରୁ ପ୍ରକାଶ ।

ସୂଚନାଯୋଗ୍ୟ, ପୂର୍ବତନ ଭାରତୀୟ କ୍ରିକେଟର ତଥା ଜଣେ ସଫଳ କୋଚ୍ର ମାନ୍ୟତା ପାଇସାରିଥିବା ଜାଫରଙ୍କୁ ଓଡ଼ିଶା କ୍ରିକେଟ ଟିମ୍ର ମୁଖ୍ୟ କୋଚ୍ ଭାବେ ଚୟନ କରାଯାଇଛି । କୋଚ୍ ଭାବେ ଜାଫରଙ୍କ ଯଥେଷ୍ଟ ଅଭିଜ୍ଞତା ରହିଛି । ଜଣେ ସଫଳ କ୍ରିକେଟର ଭାବେ ନିଜକୁ ସାବ୍ୟସ୍ତ କରିଥିବା ଜାଫର ୩୧ଟି ଟେଷ୍ଟ୍ ମ୍ୟାଚ ଖେଳି ୫୮ ଇନିଂସରୁ ୧୯୪୪ରନ୍ କରିଛନ୍ତି । ଏଥିରେ ଦୁଇଟି ଦ୍ୱିଶତକୀୟ ପାଳି ଖେଳିଥିବା ବେଳେ ୫ଟି ଶତକ ହାସଲ କରିଥିଲେ ।

Share

Leave a Reply

Your email address will not be published. Required fields are marked *

6 + fourteen =