ଭାରତ ଫେରିବେ ବିଜୟ ମାଲ୍ୟା

ହଜାର ହଜାର କୋଟି ଟଙ୍କା ଠକି ଲଣ୍ଡନରେ ଆତ୍ମଗୋପନ କରିଥିବା ବିଜୟ ମାଲ୍ୟାକୁ ଫେରାଇ ଆଣିବା ଦିଗରେ ଭାରତ ସରକାର ସଫଳ ହୋଇଛନ୍ତି । ତାଙ୍କୁ ଭାରତ ଫେରାଇଦେବା ପାଇଁ ବି୍ରଟିଶକୋର୍ଟ ରାୟ ଦେଇଛି । ଲଣ୍ଡନର ୱେଷ୍ଟ ମିନିଷ୍ଟର ମାଜିଷ୍ଟେ୍ରଟ ଏହି ରାୟ ଶୁଣାଇଛନ୍ତି । ଏହି ରାୟ ପରେ ବିଜୟ ମାଲ୍ୟା ଭାରତକୁ ଫେରିବା ଆଶା ଉଜ୍ଜ୍ୱଳ ହୋଇଛି । ଦୀର୍ଘ ଦିନ ଧରି ବିଜୟ ମାଲ୍ୟାଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଉଦ୍ୟମ ହୋଇଥିଲେ ମଧ୍ୟ ତାହା ସଫଳ ହୋଇନଥିଲା । ବି୍ରଟିଶ ହାଇକୋର୍ଟର ଏହି ରାୟ ପରେ ଭାରତ ସରକାରଙ୍କର ବଡ ବିଜୟ ହୋଇଛି ।

Share

Leave a Reply

Your email address will not be published. Required fields are marked *

nine + 15 =