ମାଲ୍ୟା ରୂଣ ସୁଝିବେ ହେଲେ ସୁଧ ଦେବେନି ପଢନ୍ତୁ…

ବ୍ୟାଙ୍କରୁ ଟଙ୍କା ନେଇ ଭାରତରୁ ଚୁଲି ପଳାଇଥିବା ମଦ ସମା୍ରଟ ବିଜୟ ମାଲ୍ୟା ଟ୍ୱିଟ ଯୋଗେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ବ୍ୟାଙ୍କର ରୂଣ ଫେରସ୍ତ କରିବା ପାଇଁ ସେ ପ୍ରସ୍ତୁତ ଅଛନ୍ତି । ହେଲେ ସେ ରୂଣର ସୁଧ ଦେଇପାରିବେ ନାହିଁ ସ୍ପଷ୍ଟ କରିଛନ୍ତି ।
ବିଜୟ ମାଲ୍ୟା ନିଜେ ବୁଧବାର ଦିନ ସକାଳରେ ଏନେଇ ଟ୍ୱିଟ୍ କରିଛନ୍ତି । ସେ ଟ୍ୱିଟ୍ କରି ପ୍ରକାଶ କରିଛନ୍ତି, ଭାରତୀୟ ବ୍ୟାଙ୍କରୁ ଆଣିଥିବା ସମସ୍ତ ଋଣ ଶୁଝିବା ପାଇଁ ମୁଁ ପ୍ରସ୍ତୁତ । କିନ୍ତୁ ସୁଧ ଦେଇପାରିବେ ନାହିଁ । ଏକ ସଙ୍ଗେ ବିଜୟ ମାଲ୍ୟା ୩ଟି ଟ୍ୱଟ୍ କରିଛନ୍ତି । ବିଜୟ ବ୍ୟାଙ୍କର ୧୦୦ ପ୍ରତିଶତ ମୂଳଧନ ଫେରାଇବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ସୂଚନାଯୋଗ୍ୟ ମାଲ୍ୟା ପାଖାପାକି ୯୦୦୦ କୋଟି ଟଙ୍କା ନେଇ ବିଦେଶ ପଳାୟନ କରିଥିଲେ । ତେବେ ତାଙ୍କୁ ବାରମ୍ବାର ଋଣଖିଲାପକାରୀ କହୁଥିବାରୁ ସେ ଭାରତୀୟ ଗଣମାଧ୍ୟମକୁ ଭର୍ତ୍ସନା କରିଛନ୍ତି ।
ମାଲ୍ୟାଙ୍କ ବିରୋଧରେ ଆଗତ ମାମଲା ଲଣ୍ଡନ ଅଦାଲତରେ ପଡ଼ି ରହିଛି । ସମ୍ପ୍ରତି ମାଲ୍ୟା ସେଠାରେ ବାସ କରୁଛନ୍ତି। ସେ କହିଛନ୍ତି ରାଜନେତା ଓ ଗଣମାଧ୍ୟମ ସବୁବେଳେ ଯୋର୍ ଦେଇ କହୁଛନ୍ତି ଯେ ମୁଁ ପିଏସୟୁ ବ୍ୟାଙ୍କ୍ର ଟଙ୍କା ନେଇ ପଳାଇଥିବାରୁ ଖିଲାପକାରୀ ପାଲଟି ଯାଇଛି । ଏ ସବୁ ମିଛ। କର୍ଣ୍ଣାଟକ ହାଇକୋର୍ଟରେ ମୁଁ ଦେଇଥିବା ସାମଗ୍ରିକ ବୁଝାମଣା ସଂକ୍ରାନ୍ତରେ କାହିଁକି ମୋ ପ୍ରତି ସମପ୍ରକାରରେ ଉତ୍ତମ ଆଚରଣ କରା ନଯିବ? ଦୁଃଖର ବିଷୟ। ସେ ଋଣ ପରିଶୋଧ ନ କରୁଥିବାରୁ ଋଣ ଦେଇଥିବା ରାଷ୍ଟ୍ରାୟତ ବ୍ୟାଙ୍କ୍ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହ ଅନ୍ୟ କେତେକ ବ୍ୟାଙ୍କ୍ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ଉଦ୍ୟମ କରିବା ସମୟରେ ମାଲ୍ୟା ମାର୍ଚ ୨୦୧୬ରେ ଭାରତରୁ ଖସି ପଳାଇଥିଲେ ।

Share

Leave a Reply

Your email address will not be published. Required fields are marked *

5 × 2 =