୧୪ରେ ୟୁପିରେ ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ଆସନ୍ତା ୧୪ ତାରିଖରେ ଉତ୍ତରପ୍ରଦେଶରେ ହେବ ଦ୍ବିତୀୟ ପର୍ଯ୍ୟାୟ ମତଦାନ । ରାଜ୍ୟର ୯ ଜିଲ୍ଲାରେ ୫୫ ସିଟ ପାଇଁ ଭୋଟ ଗ୍ରହଣ କରାଯିବ । ସାହାରନପୁର, ବିଜନୌର, ଅମରୋହା, ମୁରାଦାବାଦ୍, ରାମପୁର, ସମ୍ଭଲ, ବରେଲି, ବଦାୟୁଁ ଓ ସାହାଜହାନପୁରରେ ହେବ ଦ୍ବିତୀୟ ପର୍ଯ୍ୟାୟ ଭୋଟ । ୫୫ ଆସନ ପାଇଁ ମଇଦାନରେ ଅଛନ୍ତି ୫୮୬ ପ୍ରାର୍ଥୀ । ମୋଟ ୫୮୬ ପ୍ରାର୍ଥୀଙ୍କ ମଧ୍ୟରେ ୬୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଏଡିଆର୍ ରିପୋର୍ଟ ମୁତାବକ, ୫୮୬ ପ୍ରାର୍ଥୀଙ୍କ ମଧ୍ୟରୁ ୧୪୭ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ୧୧୩ ଜଣଙ୍କ ନାଁ ଗମ୍ଭୀର ଅପରାଧିକ ମାମଲା ରହିଛି । ସମାଜବାଦୀ ପାର୍ଟିର ୫୨ ପ୍ରାର୍ଥୀଙ୍କ ମଧ୍ୟରୁ ୩୫ ଜଣଙ୍କ ନାଁରେ ମାମଲା ରହିଛି । କଂଗ୍ରେସର ୫୪ ପ୍ରାର୍ଥୀଙ୍କ ମଧ୍ୟରୁ ୨୩ ଜଣ ଓ ବିଜେପିର ୫୩ ପ୍ରାର୍ଥୀଙ୍କ ମଧ୍ୟରୁ ୧୮ ଜଣଙ୍କ ନାଁରେ ମାମଲା ରହିଥିବା ସେମାନେ ସତ୍ୟପାଠରେ ଦର୍ଶାଇଛନ୍ତି । ଅନ୍ୟପଟେ ୫୮୬ ପ୍ରାର୍ଥୀଙ୍କ ମଧ୍ୟରୁ ୨୬୦ ଜଣ କୋଟିପତି ପ୍ରାର୍ଥୀ । ଗତକାଲି ୟୁପିର ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି । ପ୍ରଥମ ପର୍ଯ୍ୟାୟରେ ୬୧ ପ୍ରତିଶତ ଭୋଟିଂ ହୋଇଛି । ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ହେବ ଭୋଟ ଗଣତି ।

Share

Leave a Reply

Your email address will not be published. Required fields are marked *

four × 4 =