ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଉନ୍ମୁକ୍ତ ଚାନ୍ଦ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ଭାରତୀୟ ଯୁବ କ୍ରିକେଟର ଉନ୍ମୁକ୍ତ ଚାନ୍ଦ । ୨୮ ବର୍ଷ ବୟସରେ ଅବସର ନେଇଛନ୍ତି ଚାନ୍ଦ । ଦୀର୍ଘଦିନ ଦଳରୁ ଦୂରେଇ ରହିବା ପରେ ଶେଷରେ ଅବସର ଘୋଷଣା କରିଛନ୍ତି । ତେବେ ସେ ବିଦେଶରେ ଯାଇ ଖେଳିବେ ବୋଲି ଚର୍ଚ୍ଚା ହେଉଛି । ୨୦୧୨ ମସିହାରେ ଉନ୍ମୁକ୍ତ ଚାନ୍ଦଙ୍କ ଅଧିନାୟକତ୍ବରେ ଅଣ୍ଡର-୧୯ ବିଶ୍ବକପରେ ଭାରତୀୟ ଦଳ ଚମ୍ପିଆନ୍ ହୋଇଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଶତକୀୟ ଇନିଂସ୍ ଖେଳି ଭାରତକୁ ଚମ୍ପିଆନ୍ କରିଥିଲେ ଏହି ଷ୍ଟାର ଖେଳାଳି।

ଉନ୍ମୁକ୍ତ ଚାନ୍ଦ ଭାରତୀୟ ଦଳରେ ଦୀର୍ଘଦିନ ଲାଗି ଖେଳିବେ ବୋଲି ଆଶା କରାଯାଉଥିଲା । ବିରାଟଙ୍କ ପରେ ସେ ଦଳର ନେତୃତ୍ୱ ନେବେ ବୋଲି ମଧ୍ୟ କୁହାଯାଉଥିଲା । ତେବେ ବିଭିନ୍ନ ବିବାଦରେ ଛନ୍ଦି ହେବା ପରେ ଶେଷରେ ଅବସର ନେଇଛନ୍ତି । ୨୦୧୨ ପ୍ରଦର୍ଶନ ପରେ ଟିମ୍ ଇଣ୍ଡିଆରେ ଉନ୍ମୁକ୍ତଙ୍କୁ ମିଳିଥିଲା ସୁଯୋଗ। ହେଲେ ସେ ମାତ୍ର ଅଳ୍ପ ମ୍ୟାଚ୍ ଖେଳି ପାରିଥିଲେ। ଲଗାତାର ଖରାପ ପ୍ରଦର୍ଶନ ଯୋଗୁଁ ସେ ଟିମରେ ଆଉ ସୁଯୋଗ ପାଇ ନଥିଲେ। ପରେ ଘରୋଇ କ୍ରିକେଟ ଓ ଇଣ୍ଡିଆନ୍ ପ୍ରିମିୟର ଲିଗରେ ମଧ୍ୟ ନିଜ ପ୍ରଦର୍ଶନର ଛାପ ଛାଡ଼ି ପାରି ନଥିଲେ ଚାନ୍ଦ। ଯେଉଁଥିପାଇଁ ଟିମରେ ନିଜ ସ୍ଥାନ ପକ୍କା କରି ପାରିନଥିଲେ। ଏବେ ଉନ୍ମୁକ୍ତ ଚାନ୍ଦ ଭାରତୀୟ କ୍ରିକେଟକୁ ବାଏ ବାଏ କରିଛନ୍ତି। ଏଥିସହିତ ସେ ଏବେ ବିଦେଶୀ ଲିଗରେ ନଜର ଆସିବେ ବୋଲି ସୂଚନା ରହିଛି। ଆମେରିକା କ୍ରିକେଟ ଲିଗରେ ଉନ୍ମୁକ୍ତ ଚାନ୍ଦ ନଜର ଆସିବେ ବୋଲି ଖୁବ୍ ଚର୍ଚ୍ଚା ମଧ୍ୟ ହେଉଛି।

Share

Leave a Reply

Your email address will not be published. Required fields are marked *

5 + eighteen =