ୟୁକ୍ରେନରେ ଫସିଛନ୍ତି ୨୦ ହଜାର ଭାରତୀୟ

ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କଲା ଋୁଷିଆ । ୟୁକ୍ରେନ ସୈନବାହିନୀଙ୍କୁ ଆତ୍ମସମର୍ପଣ ପାଇଁ ପୁଟିନଙ୍କ ଆହ୍ୱାନ । ଆକ୍ରମଣ ବନ୍ଦ ପାଇଁ ପୁଟିନଙ୍କୁ ମିଳିତ ଜାତିସଂଘ ମୁଖ୍ୟଙ୍କ ପରାମର୍ଶ ।
ୟୁକ୍ରେନର କିଭ୍ ଓ ଖାରକିଭରେ ଋଷିଆର ମିଜାଇଲ ଆକ୍ରମଣ । ୟୁକ୍ରେନର ଅନ୍ୟାନ୍ୟ କେତେକ ଅଞ୍ଚଳରେ ମଧ୍ୟ ବିସ୍ଫୋରଣର ଶଦ୍ଦ । ନାଗରିକଙ୍କୁ ଘର ଭିତରେ ରହିବାକୁ ୟୁକ୍ରେନ ସରକାର ପରାମର୍ଶ ଦେଇଛନ୍ତି ।
ଅନ୍ୟପଟେ ୟୁକ୍ରେନ ଯାଉଥିବା ଭାରତୀୟ ବିମାନ ଅଧାରୁ ଫେରିଛି । ଏୟାର ଇଣ୍ଡିଆର ଏ-୧ ୧୯୪୭ ଅଧାରୁ ଦିଲ୍ଲୀ ଫେରିଲା । ୟୁକ୍ରେନ ନୋ ଫ୍ଲାଇଂ ଜୋନ ଘୋଷଣା କରିଥିବାରୁ ବିମାନ ଫେରିଲା । ଯୁଦ୍ଧ ଘନଘଟା ଭିତରେ ୨୦ ହଜାର ଭାରତୀୟ ୟୁକ୍ରେନରେ ଅଛନ୍ତି । ଋଷିଆର ୫ଟି ଲଢୁଆ ବିମାନ ଖସାଇଥିବା ଦାବି କଲା ୟୁକ୍ରେନ । ଲୁହାଂସ୍କ ପ୍ରଦେଶରେ ଋୁଷିଆ ବିମାନ ଖସାଇଥିବା ୟୁକ୍ରେନର ଦାବି ।

Share

Leave a Reply

Your email address will not be published. Required fields are marked *

3 × 2 =