ନବୀନଙ୍କ ୨୦ ବର୍ଷ ନିରବଛିନ୍ନ ଜୟଯାତ୍ରାର ଝଲକ

ଭୁବନେଶ୍ୱର() ନବୀନ ପଟ୍ଟନାୟକ କ୍ରମାଗତ ଭାବେ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ରହିବାକୁ ଆଜି ୨୦ବର୍ଷ ପୂର୍ଣ୍ଣ ହୋଇଛି । ତାଙ୍କର ଦୀର୍ଘ ୨୩ ବର୍ଷର ରାଜନୈତିକ ଜୀବନରେ ନବୀନ ମାତ୍ର ୩ବର୍ଷ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ହେବା ପରେ ଆଜିକୁ ୨୦ ବର୍ଷ ହେଲା କ୍ରମାଗତ ଓଡିଶା ମୁଖ୍ୟମନ୍ତ୍ରୀ ହୋଇପାରିବାର ବିରଳ ସୌଭାଗ୍ୟ ଅର୍ଜନ କରିଛନ୍ତି । କେବଳ ସେତିକି ନୁହେଁ ଆସନ୍ତା ୨୦୨୪ ପର୍ଯ୍ୟନ୍ତ ସେ ଆହୁରି ୪ବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରେ ରହିବେ ଏବଂ ଓଡିଶା ରାଜନୀତିରେ ଏକ ନୂଆ ରେକର୍ଡ ସୃଷ୍ଟି କରିବେ ।  ଆସନ୍ତୁ ନଜର ପକାଇବା ସେହି ଅପରାଜେୟ ଜନପ୍ରିୟ ନେତା ନବୀନ ବାବୁଙ୍କ ଜୟ ଯାତ୍ରାର କେତୋଟି ଝଲକ …


୨୦୦୦ ମସିହାରେ ବିଜୁ ଜନତା ଦଳର ନେତା ନିର୍ବାଚିତ ହେବା ପରେ ପ୍ରଥମ ଥର ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ସଚିବାଳୟରେ ଅଫିସ କାର୍ଯ୍ୟ କରୁଛନ୍ତି ।

୨୦୦୪ରେ ନବୀନଙ୍କ ଦ୍ୱିତୀୟ ପାଳି ଶପଥ ଗ୍ରହଣ ଉତ୍ସବ ।

୨୦୦୯ରେ ନବୀନଙ୍କ ବିପୁଳ ବିଜୟପରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ।

୨୦୧୪ରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଚତୁର୍ଥ ଥର ପାଇଁ ନବୀନ ଶପଥ ଗ୍ରହଣ କରୁଛନ୍ତି ।

୨୦୧୯ରେ ପଂଚମ ଥର ପାଇଁ ନବନୀ ରେକର୍ଡ ଭାଙ୍ଗି ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଅଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବର ଏକ ଝଲକ ।

ଏକ ପ୍ରସଙ୍ଗକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନଙ୍କ ଆଲୋଚନା ।

୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ଓଡିଶାରେ ଘଟିଯାଇଥିବା ମହାବାତ୍ୟା ପରିସ୍ଥିତିର ଆକାଶ ମାର୍ଗରୁ ଅନୁଧ୍ୟାନ କରୁଛନ୍ତି ନବୀନ ।

ସର୍ବସାଧାରଣରେ ଗୀତ ବୋଲିବା କିମ୍ବା ନାଚିବାକୁ ପସନ୍ଦ କରୁନଥିବା ନବୀନ ୨୦୦୦ ମସିହାରେ ପଶ୍ଚିମ ଓଡିଶାବାସୀଙ୍କ ପକ୍ଷରୁ ଆୟୋଜିତ ନୂଆଖାଇ ଭେଟଘାଟରେ ନିଜୁକ ନିୟନ୍ତ୍ରଣ ଭିତରେ ରଖିନପାରି ସେମାନଙ୍କ ନାଚ ଗୀତ ସହିତ ନିଜକୁ ହଜାଇ ଦେଇଥିଲେ ।

ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ସହିତ ଏକ ଅନ୍ତରଙ୍ଗ ମୁହୁର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆର୍ଟିଷ୍ଟ ଭୂମିକାରେ ନବୀନ

ପୁଷ୍ପ ଉଦ୍ୟାନରେ ପ୍ରକୃତି ପ୍ରେମୀ ନବୀନ

 

 

Share

Leave a Reply

Your email address will not be published. Required fields are marked *

nine + 9 =