ଆଉ ପାଦେ ଆଗେଇଲା କେନ୍ଦ୍ର-ଟ୍ୱିଟର ବିବାଦ

ନୂଆଦିଲ୍ଲୀ: ଭାରତ ସରକାର ଓ ଟ୍ୱିଟର ମଧ୍ୟରେ ବିବାଦ ଥମିବାର ନାଁ ଧରୁନି । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ୍ କରାଯିବାକୁ ନେଇ ପୁଣି ନୂଆ ବିବାଦ ସୃଷ୍ଟି ହୋଇଛି । ଆଜି ଟ୍ୱିଟର ରବିଶଙ୍କର ପ୍ରସାଦଙ୍କ ଆକାଉଣ୍ଟ୍କୁ ପ୍ରାୟ ଘଣ୍ଟାଏ କାଳ ବନ୍ଦ କରିଦେଇଥିଲା । ଆମେରିକାର ଡିଜିଟାଲ ମିଲେନିୟମ କପିରାଇଟ୍ ନିୟମ ଉଲ୍ଲଂଘନ ଦର୍ଶାଇ ଟ୍ୱିଟର ପ୍ରସାଦଙ୍କ ଆକାଉଣ୍ଟକୁ ବ୍ଲକ୍ କରିଥିଲା । ଅବଶ୍ୟ ପରେ ପ୍ରସାଦଙ୍କୁ ଚେତାବନୀ ଦେଇ ତାଙ୍କ ଆକାଉଣ୍ଟକୁ ପୁଣି ଖୋଲିଥିଲା ଟ୍ୱିଟର ।

ନିଜ ଟ୍ୱିଟର ଆକାଉଣ୍ଟ ବ୍ଲକ୍ ହେବା ନେଇ ପ୍ରସାଦ ଆଜି ଟ୍ୱିଟ୍ କରି କହିଥିଲେ – ବନ୍ଧୁଗଣ, ଆଜି ସକାଳେ ଏକ ଅଭୁତ ଘଟଣା ଘଟିଛି । ଟ୍ୱିଟର ମୋର ମୋର ଆକାଉଣ୍ଟ୍ ଘଣ୍ଟାଏ କାଳ ବ୍ଲକ କରି ଦେଇଥିଲା । ମୋ ବିରୋଧରେ ଆମେରିକାନ ମିଲେନିୟମ କପିରାଇଟ୍ ନିୟମ ଉଲ୍ଲଂଘନ ଅଭିଯୋଗ ଆଣି ଟ୍ୱିଟର ଏପରି କରିଥିଲ । ପରେ ମୋତେ ନିଜ ଆକାଉଣ୍ଟର ବ୍ୟବହାର ପାଇଁ ଅନୁମତି ମିଳିଥିଲା । ପୂର୍ବରୁ ଟ୍ୱିଟର ଉପରାଷ୍ଟ୍ରପତି ଭେଙ୍କୟା ନାୟୁଡୁଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ଚିହ୍ନ ହଟାଇବା ନେଇ ହଙ୍ଗମା ହୋଇଥିଲା । ଏବେ ଆଇନମନ୍ତ୍ରୀଙ୍କ ଆକାଉଣ୍ଟ ବ୍ଲକ୍ କରି ଟ୍ୱିଟର କେନ୍ଦ୍ର ସରକାରଙ୍କ ସହ ବିବାଦକୁ ଆହୁରି ବଢ଼ାଇଛି ।

Share

Leave a Reply

Your email address will not be published. Required fields are marked *

three + 3 =