ନବୀନଙ୍କ ପଥରେ ମନ୍ତ୍ରୀ

ଭୁବନେଶ୍ୱର : ସାଧାରଣ ମନ୍ତ୍ରୀଙ୍କ ଠାରୁ ସେ ଟିକେ ଭିନ୍ନ। ଏହା ନିଜେ ପ୍ରମାଣ କରିଛନ୍ତି ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା। ଏକଥା ଏଇଥିପାଇଁ କୁହାଯାଉଛି କି, ଜଣେ ମନ୍ତ୍ରୀ ପଦ ପାଇଲା ପରେ ଯେଉଁ ଖାତିର ଦେଖାନ୍ତି, ଗର୍ବରେ ଫାଟି ପଡନ୍ତି ତାହା ତୁଷାରଙ୍କ ପାଖରେ ନାହିଁ। ସମସ୍ତ ବିଳାସ ବେଶନ ଜୀବନ ଶୈଳୀ ବିତାଉଥିବା ବେଳେ ଖୋଦ ତୁଷାର କିନ୍ତୁ ତାର ବିପରୀତ। ତାଙ୍କୁ ହଠାତ ସଚିବାଳୟ କ୍ୟାଣ୍ଟିନରେ ଦେଖିବାକୁ ମିଳିଥିଲା। ନିଜ କାମରୁ ଫୁରସତ ନ ମିଳିବାରୁ ମଧ୍ୟାହ୍ନ ଭୋଜନ ପାଇଁ ସଚିବାଳୟ କ୍ୟାଣ୍ଟିନରେ ପହଂଚିଥିଲେ। ଆଉ ସେଠାରେ ମନ୍ତ୍ରୀଙ୍କୁ ଦେଖି ହଡବଡେଇ ଯାଇଥିଲେ କର୍ମଚାରୀ।

ସାଧାରଣତଃ ସଚିବାଳୟରେ ଥିବା ଏହି କ୍ୟାଣ୍ଟିନରେ କିଛି କର୍ମଚାରୀ ଓ ଆଉ କିଛି ଅଧସ୍ତନ ଅଧିକାରୀ ଖାଇବାକୁ ଆସିଥାନ୍ତି। କେବେ କୌଣସି ମନ୍ତ୍ରୀ ସେଠାକୁ ଯାଆନ୍ତି ନାହିଁ। କୌଣସି ସଚିବଙ୍କ ପାଦ ବି ଏଠାରେ ପଡେ ନାହିଁ। ଏହାକୁ ଦେଖି ସ୍ଥାନୀୟ କର୍ମଚାରୀ କୁହା କୁହିଁ ହେଉଥିଲେ ବାଃ ମନ୍ତ୍ରୀ ହେବ ତ ଏମିତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ ସବୁ ବିଧାୟକଙ୍କୁ ସରଳ ଜୀବନ ଯାପନ କରିବା ସହିତ ଲୋକଙ୍କ ସହିତ ରହି ସମସ୍ୟା ସମାଧାନ କରିବାକୁ କହିଥିଲେ। ଆଉ ଏହାକୁ ଅନେକ ନେତା ମଧ୍ୟ କାର୍ଯ୍ୟରେ ଲଗାଇଛନ୍ତି।

Share

Leave a Reply

Your email address will not be published. Required fields are marked *

fourteen − 3 =