୧୨ରୁ ଦେଶର ଏହି ସବୁ ସହରକୁ ଗଡିବ ଟ୍ରେନ

କରୋନା ସଙ୍କଟ ମଧ୍ୟରେ ଭାରତୀୟ ରେଳ ପକ୍ଷରୁ ମେ ୧୨ରୁ ପ୍ରାସେଞ୍ଜର ଟ୍ରେନ୍ ଚଳାଇବାକୁ ଘୋଷଣା କରାଯାଇଛି । ଆରମ୍ଭରୁ ମାତ୍ର ୧୫ଟି ଟ୍ରେନ୍ ଗଡିବ । ଏନେଇ ଆଜି ଅପରାହ୍ଣ ୪ଟାରୁ ଟିକେଟ୍ ବୁକିଂ ଆରମ୍ଭ ହେବ । ଏହି ଟ୍ରେନ୍ ଯେଉଁ ରୁଟରେ ଯିବ , ପୁଣିଥରେ ସେହି ରୁଟରେ ଫେରିଆସିବ । ଲକ୍-ଡାଉନରେ ଫସିଥିବା ଲୋକମାନେ ଏହି ଟ୍ରେନ୍ ସହାୟତରେ ଫେରିପାରିବେ । ତେବେ ରେଳ ଟିକେଟ ଦାମକୁ ନେଇ ସୂଚନା ମିଳିଛି କି ଏହି ଟ୍ରେନ ଟିକେଟର ଦାମ ରାଜଧାନୀ ଟ୍ରେନ୍ ଟିକେଟ ପରି ରହିବ । ଟିକେଟର ଦାମ ମହଙ୍ଗା ରଖାଯାଇଛି, ଫଳରେ କମ୍ ଲୋକ ଏଥିରେ ଯାତ୍ରା କରିପାରିବେ । ଫଳରେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରହିବ । ଏହା ସହ ଟ୍ରେନରେ ମାସ୍କ ପିନ୍ଧିବା ବା ମୁହଁ ଘୋଡାଇବାକୁ କୁହାଯାଇଛି ।

ଏହା ସହ ଟିକେଟକୁ ଆପଣ କେବଳ ଅନଲାଇନରେ ହିଁ ବୁକିଂ କରିପାରିବେ । ତତ୍କାଳ ଓ ପ୍ରିମିୟମ ସୁବିଧା ଏଥିରେ ଲାଗୁ ହେବ ନାହିଁ । ଟ୍ରେନ୍ ଟିକେଟ୍ କେବଳ ଆଇଆରସିଟିସିର ୱେବସାଇଟ୍ www.irctc.co.inରେ ହିଁ ବୁକ୍ କରାଯାଇପାରିବ । ରେଳ ଷ୍ଟେସନରେ କାଉଣ୍ଟର ବନ୍ଦ ରହିବ । ଟିକେଟ୍ କାଉଣ୍ଟରରେ କୌଣସି ବି ଟିକେଟ୍ ଦିଆଯାଇବନାହିଁ । ତେବେ ଦିଲ୍ଲୀରୁ ଦେଶର ୧୫ଟି ପ୍ରମୁଖ ସହରକୁ ଚାଲିବ ଟ୍ରେନ୍‌ । ଦିଲ୍ଲୀରୁ ଦିବ୍ରୁଗଡ଼, ଅଗରତାଲା, ହାଓଡ଼ା, ପାଟନା, ବିଳାସପୁର, ରାଞ୍ଚି, ସିକନ୍ଦରାବାଦକୁ ଚାଲିବ ଟ୍ରେନ୍‌ । ସେହିପରି ଦିଲ୍ଲୀରୁ ବେଙ୍ଗଳୁରୁ, ଚେନ୍ନାଇ, ତ୍ରିଭେନ୍ଦ୍ରମ, ମଡ଼ଗାଓଁକୁ ଚାଲିବ ଟ୍ରେନ୍‌। ଏହା ସହ ଦିଲ୍ଲୀରୁ ଭୁବନେଶ୍ବର, ମୁମ୍ବାଇ ସେଣ୍ଟ୍ରାଲ, ଅହମଦାବାଦ ଓ ଜମ୍ମୁତାଇକୁ ଚାଲିବ ଟ୍ରେନ୍‌।

Share

Leave a Reply

Your email address will not be published. Required fields are marked *

17 − 10 =