ଟୋଲ ଟ୍ୟାକ୍ସ ମାଗିବାରୁ ବୁଥ୍‌ କର୍ମଚାରୀଙ୍କୁ ମାଡ ମାରିଲେ ମହିଳା

ଚଣ୍ଡିଗଡ଼ : ହରିୟାଣାରେ ଦେଖିବାକୁ ମିଳିଛି ଜଣେ ମହିଳାଙ୍କର ଦାଦାଗିରି। ହରିୟାଣାର ବାହାଦୁର୍‌ଗଡ଼ରେ ଥିବା ଏକ ଟୋଲ ବୁଥ୍‌ରେ ମହିଳା ଜଣେ ଟୋଲ କର୍ମଚାରୀଙ୍କୁ ଘୋଷାରି ଆଣି ମାଡ଼ ମାରୁଥିବାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ତେବେ ସବୁଠାରୁ ଅଶ୍ଚର୍ଯ୍ୟର କଥା ହେଲା, ସେଠାରେ ଜଣେ ଟ୍ରାଫିକ୍‌ ପୁଲିସ ଥାଇ ମଧ୍ୟ ସେ ମହିଳାଙ୍କୁ ଅଟକାଇବାକୁ ଚେଷ୍ଟା କରି ନ ଥିଲେ । ମହିଳା ଜଣଙ୍କ ତାଙ୍କ ପରିବାର ସହ ଏକ କାର୍‌ ବାହାଦୁରଗଡ଼ରେ ଥିବା ଟୋଲ ବୁଥ ଦେଇ ଯାଉଥିଲେ । ଏହି ସମୟରେ ଟୋଲ ବୁଥ କର୍ମଚାରୀ ଟୋଲ ଆଦାୟ କରିବା ପାଇଁ ତାଙ୍କ ଗାଡ଼ିକୁ ଅଟକାଇଥିଲେ । କିନ୍ତୁ ମହିଳା ଜଣଙ୍କ ଟୋଲ ଦେବା ପାଇଁ ସଫା ସଫା ମନା କରି ଦେଇଥିଲେ । ବିନା ଟୋଲ ଦେଇ ଯିବାକୁ ବସିଥିବା ବେଳେ ଟୋଲ୍‌ ବୁଥ୍‌ କର୍ମଚାରୀ ତାଙ୍କୁ ଅଟକାଇଥିଲେ । ଏଥିରେ ମହିଳା ଜଣଙ୍କ ରାଗି ଯାଇ ଏପରି କରିଥିବା ଜଣାପଡ଼ିଛି ।

ଟୋଲ୍‌ ବୁଥ୍‌ରେ ଲାଗିଥିବା ସିସିଟିଭିରେ ପୂରା ଘଟଣା କଏଦ୍‌ ହୋଇଥିବା ବେଳେ ମହିଳା ଜଣକ ଟୋଲ୍‌ ବୁଥ୍‌ କର୍ମଚାରୀଙ୍କ ଚୁଟି ଭିଡ଼ିବା ସହ ତାଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରୁଥିବାରୁ ଦେଖିବାକୁ ମିଳୁଛି । ଏଥିରେ ମହିଳାଙ୍କୁ ଆଉ ଜଣେ ଯୁବକ ସହଯୋଗ କରୁଥିଲେ । କର୍ମଚାରୀଙ୍କୁ ମାଡ଼ ମାରି ଟୋଲ୍‌ ବୁଥ୍‌ ଭିତରକୁ ପଶିବା ପାଇଁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ଅନ୍ୟ ଲୋକ ଅଟକାଇବାରୁ ସେ ବାହାରି ଆସିଥିବା ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

eighteen + 17 =