ଆଜି ବାଙ୍ଗାଲୋର ଚେନ୍ନାଇ ଟକ୍କର

ଦୁବାଇ: ଆଇପିଏଲ ୨୦୨୧ର ସମସ୍ତ ମ୍ୟାଚ ଏବେ ଦମଦାର ହେବାରେ ଲାଗିଛି । ଆଜି ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ବିରାଟଙ୍କ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର । ପଏଣ୍ଟ୍ ତାଲିକାରେ ଆର୍ସିବି ତୃତୀୟ ସ୍ଥାନରେ ରହିଥିଲା ବେଳେ ସିଏସ୍କେ ଦ୍ବିତୀୟ ସ୍ଥାନରେ ଅଛି। ଆର୍ସିବି ୮ ମ୍ୟାଚ୍ ଖେଳି ୫ ବିଜୟ ପାଇଥିଲା ବେଳେ ସିଏସ୍କେ ସମାନ ସଂଖ୍ୟକ ମ୍ୟାଚ୍ ଖେଳି ୬ ବିଜୟ ହାସଲ କରିଛି। ୟୁଏଇ ଚରଣରେ ନିଜର ପ୍ରଥମ ମ୍ୟାଚ୍ରେ ଆର୍ସିବି ଶୋଚନୀୟ ଭାବେ କୋଲ୍କାତା ନାଇଟ୍ ରାଇଡର୍ସ ନିକଟରୁ ହାରିଯାଇଥିଲା ବେଳେ ସିଏସ୍କେ ସହଜରେ ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ତେଣୁ ଆସନ୍ତାକାଲିର ମୁକାବିଲା ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ।

ଗୋଟିଏ ପଟେ ଏହି ମ୍ୟାଚ୍ ଜିତି ନକ୍ଆଉଟ୍ ପର୍ୟ୍ୟାୟରେ ନିଜର ସ୍ଥିତି ଦୃଢ଼ କରିବାରେ ଆଉ ଗୋଟିଏ ପାଦ ବଢ଼ାଇବାକୁ ସିଏସ୍କେ ଲକ୍ଷ୍ୟ ରଖିଥିଲା ବେଳେ ପରାଜୟ ଗ୍ଲାନିରୁ ବାହାରି ବିଜୟ ଧାରାକୁ ଫେରିବାକୁ ଆର୍ସିବି ବ୍ୟାକୁଳିତ ଅଛି। ନକ୍ଆଉଟ୍ ପର୍ୟ୍ୟାୟ ତଥା ଶ୍ରେଷ୍ଠ ୪ ଦଳ ମଧ୍ୟରେ ରହିବାକୁ ହେଲେ ସିଏସ୍କେକୁ ଆଉ ଅତିକମ୍ରେ ୨ ବିଜୟ ଆବଶ୍ୟକ ରହିଥିଲା ବେଳେ ଆର୍ସିବିକୁ ୪ ମ୍ୟାଚ୍ ଜିତିବା ଜରୁରି ରହିଛି। ଉଭୟ ଦଳ ଲିଗ୍ ପର୍ୟ୍ୟାୟରେ ଆଉ ୬ ଲେଖାଏଁ ମ୍ୟାଚ୍ ଖେଳିବାକୁ ବାକି ରହିଛି।

Share

Leave a Reply

Your email address will not be published. Required fields are marked *

eleven − 8 =