କେନ୍ଦ୍ରାପଡା ବିଜେଡି ନେତାଙ୍କ ସହ ଟିଟୋ

ଭୂବନେଶ୍ବର () ଗ୍ୟାଙ୍ଗଷ୍ଟାର ଟିଟୋ ଲିଙ୍କରେ କେନ୍ଦ୍ରାପଡା ଜିଲ୍ଲା ବିଜେଡି କୋଷାଧ୍ୟକ୍ଷ ରଂଜୀତ ସାହୁ ଓରଫ ଧନୀ । ଟିଟୋର ସମ୍ପତ୍ତି ଓ ଅନ୍ୟାନ ଲିଙ୍କ ନେଇ ସ୍ବତନ୍ତ୍ର ଟାକ୍ସ ଫୋର୍ସ ତନାଘନା ଚଳାଇଥିବା ବେଳେ ସୋସିଆଲ ମିଡିଆରେ ଟିଟୋ ଓ ରଂଜୀତ ସାହୁଙ୍କ ଏକ ଫଟୋ ଭାଇରାଲ ହୋଇଛି । ସେହି ଫଟୋକୁ ନେଇ ଏବେ ବିରୋଧୀ କେନ୍ଦ୍ରାପଡା ବିଜେଡିର ଯୁବ ନେତାଙ୍କ ଟିଟୋ ସଂପର୍କକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଚର୍ଚ୍ଚା ହେଉଛି, ରଂଜୀତ ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ସଂପର୍କିୟ ଜ୍ବାଇଁ । ଏପରିକି କେନ୍ଦ୍ରାପଡାରେ ଟିଟୋର ବିଭିନ୍ନ ବ୍ୟବସାୟୀକ କାରବାରରେ ରଂଜୀତଙ୍କ ସହଯୋଗ ରହିଥିବା କଥା ମଧ୍ୟ ରାଜନୈତିକ ମହଲରେ ଆଲୋଚନା ହେଉଛି । ତେବେ ଏହି ଫଟୋର ସତ୍ୟତା ଏବଂ ଟିଟୋ-ରଂଜୀତ ଲିଙ୍କର ସତ୍ୟତା ନେଇ ଅଧିକ ତଦନ୍ତ ହେବାର ଆବଶ୍ୟକତା ରହିଛି । ସୋସିଆଲ ମିଡିଆରେ ବୁଲୁଥିବା ଏହି ଫୋଟକୁ କିଏ ପୋଷ୍ଟ କରିଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । 2016 ଡେସେମ୍ବର 16 ତାରିଖରେ ଏହି ଫଟୋ ଉଠିଥିବା ଜଣାପଡିଛି । କାରଣ ଫଟୋ ଉପରେ ଏହି ତାରିଖଟି ରହିଛ । କିନ୍ତୁ ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ଅନେକ କଥା କଟାକଟି ଚାଲିଛି ।

Share

Leave a Reply

Your email address will not be published. Required fields are marked *

3 × five =