ତିରୁପତି ମନ୍ଦୀରକୁ ନେଇ ରହିଛି ଅନେକ ରହସ୍ୟମୟ ଘଟଣା

ହିନ୍ଦୁ ଧର୍ମରେ ତିରୁପତି ମନ୍ଦୀରକୁ ନେଇ ରହିଛି ଅନେକ ରହସ୍ୟମୟ ଘଟଣା । ଭଗବାନ ତିରୁପତି ବାଲାଜୀଙ୍କ ଦରବାରରେ ଧନୀ,ଗରୀବ ସମସ୍ତେ ସମାନ ।ଏହି ମନ୍ଦୀର କେବଳ ଭାରତ ନୁହେଁ ସାରା ବିଶ୍ୱରେ ପରିଚିତ ।ଏହି ମନ୍ଦୀରକୁ ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକ ଆସନ୍ତି, ଦର୍ଶନ କରନ୍ତି ଓ ଭଗବାନଙ୍କ ଆର୍ଶୀବାଦ ପାଇଁ ଏକତ୍ରିତ ହୁଅନ୍ତି ।

ଯେଉଁ ଭକ୍ତ ନିଜ ମନରୁ ଭଗବାନଙ୍କ ସାମ୍ନାରେ ପ୍ରାର୍ଥନା କରନ୍ତି ବାଲାଜୀ ତାଙ୍କର ସବୁ ମନସ୍କାମନା ପୁରଣ କରନ୍ତି । ମନକାମନା ପୁରଣ ହେବା ପରେ ଭକ୍ତ ନିଜର ଶ୍ରଦ୍ଧା ଓ ଭକ୍ତିରେ ନିଜର କେଶ ଦାନ କରିଥାନ୍ତି ।


କିନ୍ତୁ ଏହି ମନ୍ଦୀରକୁ ନେଇ ଏମିତି ରହସ୍ୟମୟ କଥା ଲୁଚି ରହିଛି ଯେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । କୁହାଯାଏ କି ଭଗବାନ ଭେଙ୍କଟେଶ୍ୱରଙ୍କ ମୂର୍ତ୍ତୀରେ ଥିବା ବାଳ ଅସଲି ଏବଂ ଏହା ସବୁବେଳେ ମୁଲାୟମ ରହିଥାଏ ।ଏଇଠି ଭଗବାନ ନିଜେ ବିରାଜମାନ କରନ୍ତି । ଏହି ମନ୍ଦୀରକୁ ନେଇ ଆଉ ଏକ ରହସ୍ୟମୟ କଥା ଲୁଚି ରହିଛି ବାଲାଜୀଙ୍କ ମୂର୍ତ୍ତୀରେ କାନ ଲଗାଇଲେ ଏକ ଶବ୍ଦ ଶୁଣାଯାଏ । ଏହି ଶବ୍ଦ ସମୂଦ୍ରର ଗର୍ଜନ ଭଳି ଶୁଣାଯାଏ,ଓ ଭଗବାନ ବାଲାଜୀଙ୍କ ମୂର୍ତ୍ତୀ ସବୁବେଳେ ପାଣିରେ ଭିଜିକରି ରହିଥାଏ ।


ସେହି ମନ୍ଦୀରର ଏକ ଦ୍ୱାର ପାଶ୍ୱର୍ରେ ଏକ ବାଡି ରହିଛି ଯେଉଁଥିରେ ବାଲାଜୀ ତାଙ୍କ ବାଲ୍ୟବସ୍ଥାରେ ମାଡ ଖାଉଥିଲେ । ଯେଉଁ କାରଣ ପାଇଁ ତାଙ୍କ ଶରୀରେ ଚିହ୍ନ ରହିଛି,ଓ ସେହି ଚିହ୍ନରେ ଚନ୍ଦନର ଲେପ ଦିଆଯାଏ । ଭଗବାନ ବାଲାଜୀଙ୍କ ମନ୍ଦୀରରେ ଏକ ଦ୍ୱୀପ ସର୍ବଦା ଜଳିଥାଏ ସେଥିରେ ତେଲ କିମ୍ବା ଘିଏ ଢଳାଯାଇ ନଥାଏ ।
ଭଗବାନ ବାଲାଜୀଙ୍କ ହୃଦୟରେ ମହାଲକ୍ଷ୍ମୀ ବିରାଜମାନ କରନ୍ତି ।ଯେବେ ଭଗବାନ ସ୍ନାନ କରନ୍ତି ଭଗବାନଙ୍କ ହୃଦୟରେ ମହାଲକ୍ଷ୍ମୀଙ୍କ ପ୍ରତିମା ଦେଖାଯାଇଥାଏ । ମନାଯାଏ କି ବାଲାଜୀ ମହାଲକ୍ଷ୍ମୀଙ୍କ ଆଉ ଏକ ରୂପ ।
ବାଲାଜୀଙ୍କ ମୂର୍ତ୍ତୀ ଯେଉଁ ପଥରରେ ବନା ହୋଇଛି ଏହା ପୁରା ଜୀବନ୍ତ ଲାଗନ୍ତି ଓ ମନ୍ଦୀର ସର୍ବଦା ଥଣ୍ଡା ରହିଥାଏ । ଏହାଥିଲା ତିରୁପତି ମନ୍ଦୀରର ରହସ୍ୟ ।

Share

Leave a Reply

Your email address will not be published. Required fields are marked *

15 − fifteen =