ବିଜେପୁର ପାଇଁ ଥାର୍ଡ ଜେନେରେସନ ଏମ-ଥ୍ରୀ ଇଭିଏମ

ଭୁବନେଶ୍ବର () ଭାରତ ନିର୍ବାଚନ ଆୟୋଗଙ୍କ ଦ୍ବାରା ଆଜି ଓଡ଼ିଶାର ବିଜେପୁର ଉପନିର୍ବାଚନ ନିମନ୍ତେ ତାରିଖ ଘୋଷଣା କରାଯାଇଛି । ତଦନୁଯାୟୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ୨୦୧୯ ସେପ୍ଟେମ୍ବର ୨୩ (ସୋମବାର) ଦିନ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ସେପ୍ଟେମ୍ବର ୩୦ (ସୋମବାର) ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି ।

ପ୍ରଥମ ଥର ପାଇଁ ଏହି ଉପନିର୍ବାଚନରେ ବ୍ୟବହାର ହେବ ଏମ-3 ଇଭିଏମ । ଏହା ନିର୍ବାଚନ କମିଶନଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ନୂଆ ମଡେଲର ଇଭିଏମ । ନିର୍ବାଚନ ପ୍ରକ୍ରିୟାରେ ମୋଟ 570ଟି ଏହି ମଡେଲର ଇଭିଏମ ବ୍ୟବାହର କରାଯିବ । ଏମ-3 ଇଭିଏମ ହେଉଛି ଏକ ଅତ୍ୟାଧୁନିକ ମେସିନ ଯେଉଁଥିରେ ଟ୍ୟାମ୍ପରିଂକୁ ସହଜରେ ଧରି ହେବ । ଏହି ଇଭିଏମରେ 384 ଜଣ ପ୍ରାର୍ଥୀଙ୍କ ଡାଟା ରଖିପାରିବ । ଯଦି କେହି ଏହି ଇଭିଏମକୁ ଟ୍ୟାମ୍ପର କରିପାରିବାକୁ ଚେଷ୍ଟା କରେ ତେବେ ଏହା ଆଉ କାମ କରିବ ନାହିଁ । ପ୍ରତିଥର ଏହି ଇଭିଏମକୁ ଅନ ହେଲେ ଏହା ଆପଣାଛାଏଁ ନିଜସ୍ବ ସ୍ପଫଟୱେୟାରର ଯାଞ୍ଚ କରିଥାଏ । ତେଣୁ ଏହାର ହାର୍ଡୱେୟାର କି ସ୍ପଫଟୱେୟାରରେ କିଛି ବି ପରିବର୍ତ୍ତନ ହୋଇଥିଲେ ତାହା ଆପଣାଛାଏଁ ଧରାପଡିଯିବ ।

ଅକେଫାବର ୧ (ମଙ୍ଗଳବାର) ଦିନ ନାମାଙ୍କନ ପତ୍ର ଯାଞ୍ଚ ଓ ଅକେଫାବର ୩ (ଗୁରୁବାର) ଦିନ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି । ସେହିପରି ଅକ୍ଟୋବର ୨୧ ତାରିଖ (ସୋମବାର) ମତଦାନ ଦିବସ ଧାର୍ଯ୍ୟ କରାଯାଇଥିବାବେଳେ ଅକ୍ଟୋବର ୨୪ (ଗୁରୁବାର) ଦିନ ଭୋଟ ଗଣତି ହେବ । ଅକେଫାବର ୨୭(ରବିବାର) ଦିନ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ନିର୍ବାଚନ ଆୟୋଗଙ୍କ ଦ୍ବାରା ନିର୍ବାଚନ ତାରିଖ ଘୋଷଣା ସମୟରୁ ହିଁ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳି ସହିତ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି ।

ଆସନ୍ତା ବିଜେପୁର ଉପନିର୍ବାଚନରେ ୨୮୫ ଗୋଟି ବୁଥ୍‌ରେ ୨୩୨୦୦୫ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ ୧୧୯୯୧୬ ଜଣ ପୁରୁଷ ଭୋଟର, ୧୧୨୦୭୪ ଜଣ ମହିଳା ଭୋଟର ଓ ୧୫ ଜଣ ତୃତୀୟ ଲିଙ୍ଗ ଭୋଟର ମତଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

seven − 6 =