ବିପର୍ଯ୍ୟୟ ପରେ ବିଜେପିର ମନେ ପଡିଲା ଚାଉଳ, ଡାଲି ଓ ଲୁଣ କଥା: ନବୀନ

ପୁଣି ନିର୍ବାଚନୀ ସଭାରୁ କେନ୍ଦ୍ର ଉପରେ ବର୍ଷିଲେ ନବୀନ । କେନ୍ଦ୍ର ସରକାରଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପି ସରକାର ଗରିବ ବିରୋଧୀ । ପ୍ରଥମ ପର୍ୟ୍ୟାୟ ନିର୍ବାଚନ ବିପର୍ୟ୍ୟୟ ପରେ ଏବେ ଚାଉଳ, ଲୁଣ, ଡାଲି କଥା ମନେପଡିଲା ବୋଲି କହିଛନ୍ତି ନବୀନ । ୫ ବର୍ଷ ହେବ ବିଜେପି ସରକାର କଣ କରୁଥିଲା ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ।୫ ବର୍ଷ ପରେ ଏବେ ଲୋକଙ୍କ କଥା ମନେପଡିଲା । କେନ୍ଦ୍ରର ଆଉ ଜୁମଲାବାଜି ଚଳିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କାଳିଆ ଯୋଜନାକୁ ବନ୍ଦ କରିବାକୁ କେନ୍ଦ୍ର ଚକ୍ରାନ୍ତ କରୁଥିବା ବେଳେ ସେ ଥିବା ପର୍ୟ୍ୟନ୍ତ ‘କାଳିଆ’ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ନବୀନ । କେନ୍ଦୁଝର ପାଟଣା ଓ ମୟୁରଭଂଜ ଠାକରମୁଣ୍ଡା ସମାବେଶରେ ବି ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ନବୀନ ପଟ୍ଟନାୟକ ।

Share

Leave a Reply

Your email address will not be published. Required fields are marked *

3 × 4 =