ଏୟାର ଇଣ୍ଡିଆକୁ କିଣିଲା ଟାଟା

ନୂଆଦିଲ୍ଲୀ: ଘରୋଇ ସଂସ୍ଥା ହାତକୁ ଗଲା ଏୟାର ଇଣ୍ଡିଆର ମାଲିକାନା । ଏୟାର ଇଣ୍ଡିଆକୁ ନିଲାମରେ ଜିତିଲା ଟାଟା ସନ୍ସ । ଟାଟା ସନ୍ସ ଓ ସ୍ନାଇସଜେଟ୍ ନିଲାମିରେ ଭାଗ ନେଇଥିଲେ । ୨୩ ହଜାର କୋଟି ଟଙ୍କା କ୍ଷତିରେ ଚାଲୁଥିଲା ଏୟାର ଇଣ୍ଡିଆ । ଏୟାର ଇଣ୍ଡିଆକୁ ନିଲାମରେ ଜିତିଲା ଟାଟା ସନ୍ସ । କେବଳ ଔପଚାରିକ ଭାବେ ଘୋଷଣା ବାକି ରହିଛି । ସିଭିଲ ଏଭିଏସନ ମନ୍ତ୍ରଣାଳୟର ଅଧିକାରୀଙ୍କ ସୂତ୍ରରୁ ଏହି ଖବର ପ୍ରକାଶ ପାଇଛି । ସରକାରଙ୍କ ପକ୍ଷରୁ ଡକାଯାଇଥିବା ଦୁଇଟି ନିଲାମ ପ୍ରକ୍ରିୟାରେ ଟାଟା ଗ୍ରୁପକୁ ସରକାର ମନୋନୟନ କରିଥିବା ଜଣାଯାଇଛି । ଖୁବ୍ ଶୀଘ୍ର ସରକାରୀ ଭାବେ ଏହା ଘୋଷଣା କରାଯିବା ବୋଲି ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି । ପ୍ରକାଶଯୋଗ୍ୟ ଯେ ୨୩ ହଜାର କୋଟି ଟଙ୍କା କ୍ଷତିରେ ଏୟାର ଇଣ୍ଡିଆ ଚାଲୁଥିଲା ବୋଲି ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

twenty + fourteen =