ତାରାଙ୍କ ଫ୍ଲାଇଂ କିସ, ଫଟୋ ଭାଇରାଲ

ଭୁବନେଶ୍ୱର() ଚର୍ଚ୍ଚାରେ ବିଧାୟକ ତାରା ପ୍ରସାଦ ବାହିନୀପତି । ବିଧାନସଭାରେ ବାଚସ୍ପତିଙ୍କୁ ଫ୍ଲାଇଂ କିସ୍ ଦେଇ ଚର୍ଚ୍ଚାକୁ ଆସିଛନ୍ତି ତାରା ।

ପ୍ରଶ୍ନକାଳରେ ନିଜ ଅଞ୍ଚଳର ସମସ୍ୟା ଉଠାଇବାକୁ ଚାହୁଁଥିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ମାତ୍ର ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ତାଙ୍କୁ କହିବାର ସୁଯୋଗ ଦେଇଥିବାରୁ ତାରା ତାଙ୍କୁ ଫ୍ଲାଇଂ କିସ୍ କରିଛନ୍ତି । କହିବାର ସୁଯୋଗ ଦେଇଥିବାରୁ ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାରାଙ୍କ ଏହି ଫ୍ଲାଇଂ କିସ୍ କୁ ନେଇ କିଛି ସମୟ ଧରି ଗୃହରେ ହସ୍ୟରୋଳ ସୃଷ୍ଟି ହୋଇଥିଲା ।

କେତେବେଳେ ଗୃହରେ ନାରାବାଜି କରିବାରେ ଆଗରେ ଥାଆନ୍ତି ତ କେତେବେଳେ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢିବାର ମଧ୍ୟ ନଜିର ରହିଛି । ମାତ୍ର ଆଜି ଏକ ଭିନ୍ନ ଅବତାରରେ ତାଙ୍କୁ ଦେଖିବାକୁ ମିଳିଥିଲା ।

Share

Leave a Reply

Your email address will not be published. Required fields are marked *

twenty + nineteen =