ତାଜମହଲ କୋଠରୀ ଖୋଲିବାକୁ ଚାହୁଁଥିବା ଆବେଦନକାରୀଙ୍କୁ ହାଇକୋର୍ଟଙ୍କ ପରାମର୍ଶ

ତାଜମହଲକୁ ନେଇ ବିବାଦ ବଢିବାରେ ଲାଗିଛି। ଏବେ ତାଜମହଲର ବନ୍ଦଥିବା ୨୨ କୋଠରୀକୁ ନେଇ ସର୍ଭେ ପାଇଁ ହାଇକୋର୍ଟରେ ଯାଚିକା ଦାଏର କରାଯାଇଥିଲା । ଯାହାକୁ ଖାରଜ କରିଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ତାଜମହଲ କିଏ ବନାଇଛି ସେ ନିଷ୍ପତ୍ତି ନେବା ଆମର କାମ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ। ଆବେଦନକାରୀଙ୍କ ଦାବି ଅନୁସାରେ କୋର୍ଟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିପାରିବେ ନାହିଁ । ଏହି କାମ ଐତିହାସିକ ତଥ୍ୟ, ବିଶେଷଜ୍ଞ ତଥା ଐତିହାସକାରଙ୍କ ଉପରେ ଛାଡି ଦିଅନ୍ତୁ । ଆମେ ଏଭଳି ଯାଚିକା ଉପରେ ଶୁଣାଣି କରିପାରିବୁ ନାହିଁ । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ତାଜମହଲକୁ ମୋଗଲ୍ ମାନେ ବନାଇ ନାହାଁନ୍ତି ବୋଲି କ’ଣ ସ୍ମାରକ ଅଧିନିୟମ ୧୯୫୧ରେ ଉଲ୍ଲେଖ ରହିଛି?

ତେବେ ବିଜେପିର ଅଯୋଧ୍ୟା ମିଡିଆ ପ୍ରଭାରୀ ରଜନିଶ ସିଂହ ଏକ ଆବେଦନରେ ଦାବି କରିଥିଲେ, ତାଜମହଲ ସମ୍ପର୍କରେ ଇତିହାସରେ ଭୁଲ୍ ପଢାଯାଉଛି । ସତ୍ୟ ବାହାରକୁ ଆଣିବା ଲାଗି ୨୨ କୋଠରୀର ସର୍ଭେ କରିବାକୁ ପଡିବ । ଆହୁରି ମଧ୍ୟ ତାଜମହଲ ପରିସରର କିଛି ଢାଞ୍ଚାକୁ ହଟାଯାଉ, ଫଳରେ ସତ ଘଟଣା ଉପରୁ ପରଦା ଉଠିବ।

ଜଷ୍ଟିସ ଡି.କେ ଉପାଧ୍ୟାୟ କହିଛନ୍ତି ଯେ ଆବେଦନକାରୀ PIL ବ୍ୟବସ୍ଥାର ଅପବ୍ୟବହାର କରିବା ଉଚିତ ନୁହେଁ। ପ୍ରଥମେ ବିଶ୍ୱବିଦ୍ୟାଳୟକୁ ଯାଆନ୍ତୁ, PhD କରନ୍ତୁ ଏବଂ ତାପରେ କୋର୍ଟକୁ ଆସନ୍ତୁ । ତା’ପରେ ଯଦି କେହି ଆପଣଙ୍କୁ ରିସର୍ଚ୍ଚ କରିବାକୁ ଅଟକାଉଛି, ତେବେ ଆମ ପାଖକୁ ଆସନ୍ତୁ। ସେ ଆହୁରି ମଧ୍ୟ କହିଥିଲେ କାଲି ତୁମେ ଆସିକି କହିବ ଯେ ତୁମକୁ ଜଜଙ୍କ ଚାମ୍ବରକୁ ଯିବାକୁ ଅଛି । ତେବେ ଆମେ କ’ଣ ଆପଣଙ୍କୁ ଚାମ୍ବର ଦେଖାଇବୁ? ଆପଣଙ୍କ ମୁତାବିକ ଇତିହାସ ପଢାଯିବ ନାହିଁ  । ତାଜମହଲ କିଏ ବନାଇଲା, କେବେ ନିର୍ମାଣ ହେଲା ଓ କେମିତି ତିଆରି ହେଲା, ସେନେଇ ଆପଣ ପ୍ରଥମେ ପଢନ୍ତୁ ।

Share

Leave a Reply

Your email address will not be published. Required fields are marked *

two + nine =