ନଟରାଜନଙ୍କୁ କରୋନା

ଦୁବାଇ: ଆଇପିଏଲ ୨୦୨୧ର ଦ୍ୱିତୀୟ ଭାଗ ଆରମ୍ଭ ହୋଇଛି । କରୋନା ଯୋଗୁଁ ଆଇପିଏଲ ବନ୍ଦ ହୋଇଥିଲା । ତେବେ ପୁଣିଥରେ କଡ଼ା ସୁରକ୍ଷାରେ ଦୁବାଇରେ ଆଇପିଏଲ ଚାଲିଥିବା ବେଳେ ପୁଣିଥରେ ଆଇପିଏଲରେ ପଶିଛି କରୋନା । ଆଜି ହାଇଦ୍ରାବାଦ ଓ ଦିଲ୍ଲୀ ମଧ୍ୟରେ ମ୍ୟାଚ ହେବାକୁ ଥିବାବେଳେ ହାଇଦ୍ରାବାଦର ବୋଲର ଟି.ନଟରାଜନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ତାଙ୍କର ସଂସ୍ପର୍ଶରେ ଆସିଥିବାଅନ୍ୟ ୬ ଜଣ ସଦସ୍ୟଙ୍କୁ ଆଇସୋଲେସନ୍ରେ ପଠାଯାଇଛି।ଉଲ୍ଲେଖନୀୟ ଯେ, ଆଜି ସନ୍ଧ୍ୟାରେ ସନରାଇଜର୍ସ ହାଇଦ୍ରାବାଦର ଦିଲ୍ଲୀ କ୍ୟାପିଟାଲସ୍ ସହିତ ମୁକାବିଲା ରହିଛି। ତେବେ ଆଜି ମ୍ୟାଚ୍ ଉପରେ କୌଣସି ପ୍ରଭାବ ପଡିବନି, ମ୍ୟାଚ୍ ଖେଳାଯିବ।

ସନରାଇଜର୍ସ ହାଇଦ୍ରାବାଦର ବୋଲର ଟି.ନଟରାଜନ କରୋନା ପଜିଟିଭ ହୋଇଥିଲେ। ମ୍ୟାଚ୍ ଆରମ୍ଭ ପୂର୍ବରୁ ଯେଉଁ ଜଞ-ଚଉଜ ଟେଷ୍ଟ ହେଉଥିଲା, ତାହାର ରେଜଲ୍ଟ ବାହାରିଛି। ଏହାପରେ ତାଙ୍କର ସଂସ୍ପର୍ଶରେ ଆସିଥିବା ବହୁ ଖେଳାଳି ଓ ଷ୍ଟାଫଙ୍କୁ ଆଇସୋଲେସନ୍ରେ ରଖାଯାଇଛି। ଯେଉଁ ସଦସ୍ୟଙ୍କୁ ଆଇସୋଲେଟ୍ କରାଯାଇଛି ତାଙ୍କ ଭିତରେ ବିଜୟ ଶଙ୍କର(ଖେଳାଳି), ବିଜୟ କୁମାର(ଟିମ୍ ମ୍ୟାନେଜର), ଶ୍ୟାମ୍ ସୁନ୍ଦର(ଫିଜିଓ), ଅଞ୍ଜାନା ଭନ୍ନନ(ଡାକ୍ତର), ତୁଷାର ଖେଡକର(ଲଜିଷ୍ଟିକ୍ ମ୍ୟାନେଜର), ପିଏ. ଗଣେଶନ୍(ନେଟ୍ ବୋଲର) ରହିଛନ୍ତି। ଟିମ୍ର ଅନ୍ୟ ସଦସ୍ୟ ଓ ଷ୍ଟାଫଙ୍କର ଜଞ-ଚଉଜ ଟେଷ୍ଟ କରାଯାଇଛି, ସେମାନଙ୍କର ରେଜଲ୍ଟ ନେଗେଟିଭ ଆସିଛି।

Share

Leave a Reply

Your email address will not be published. Required fields are marked *

17 + six =