ବାଲେଶ୍ୱରରେ ବିଜେଡି ଜିତିବ

ଭୁବନେଶ୍ୱର()  ରାଜ୍ୟର ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ମଙ୍ଗଳବାର ମତ ଦାନ ଶେଷ ହୋଇଛି ।  ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ ହୋଇଯାଇଛି । ଆସନ୍ତା ୧୦ ତାରିଖରେ ଭୋଟ  ଗଣତି କରାଯିବା ପରେ ଫଳାଫଳ ଜଣାପଡ଼ିବ । ତେବେ ଏହା ପୂର୍ବରୁ କେଉଁ ଦଳ ଉଭୟ  ଉପନିର୍ବାଚନରେ ବାଜିମାତ କରିବ ତାକୁ ନେଇ ରାଜନୈତିକ ମହଲରେ କଳ୍ପନା ଜଳ୍ପନା ଲାଗିରହିଥିବାବେଳେ କଂଗ୍ରେସ ନେତା ସୁର ରାଉତ ରାୟତରାୟ  ଫଳାଫଳ ନେଇ ପୂର୍ବାନୁମାନ କରିଛନ୍ତି ।

ସେ କହିଛନ୍ତି ଯେ, ବାଲେଶ୍ୱରରେ  କଂଗ୍ରେସ ତୃତୀୟ ସ୍ଥାନରେ ରହିବ । ବିଜେପି ଦ୍ୱିତୀୟ ସ୍ଥାନରେ ରହିବ । ତେବେ ବିଜୁ ଜନତା ଦଳ ବାଲେଶ୍ୱରରେ ଟପ କରିବ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।  ବାଲେଶ୍ୱରରେ ୬ରୁ ୭ ହଜାର ଭୋଟରେ ବିଜେଡି ଜିତିବ ବୋଲି ସେ କହିଛନ୍ତି । ଏହାଛଡ଼ା ସ୍ୱାଧୀନ ପ୍ରାର୍ଥୀ ବେଣୁ ମଉସା ଦୁଇ ଶହରୁ ଅଢେଇ ଶହ ଭୋଟ ପାଇବେ ବୋଲି ଶ୍ରୀ ରାଉତ ରାୟ କହିଛନ୍ତି ।  ଅନ୍ୟପକ୍ଷରେ ତିର୍ତ୍ତୋଲରେ କଂଗ୍ରେସ ଜିତିବ ନହେଲେ ଦ୍ୱିତୀୟ ସ୍ଥାନରେ ରହିବ ବୋଲି ସୁର ରାଉତରାୟ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen − eleven =