ଅଯୋଧ୍ୟାରେ ହେବ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର

ନୂଆଦିଲ୍ଲୀ() ଅଯୋଧ୍ୟାରେ ହେବ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠଙ୍କ ସର୍ବସମ୍ମତି କ୍ରମେ ଆସିଛି ଅଯୋଧ୍ୟା ରାୟ । ଆଉ ଏହି ଐତିହାସିକ ରାୟ ପରେ ସାରାଦେଶରେ ଖୁସିର ଲହରି ଖେଳିଯାଇଛି । ଅଯୋଧ୍ୟାରେ ରାମଲଲ୍ଲାଙ୍କ ପାଇଁ ଚାଲିଛି ଉତ୍ସବ । ବିବାଦୀୟ ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦେବା ସହିତ ମୁସଲିମଙ୍କୁ ଅନ୍ୟତ୍ର ଜାଗା ଦେବାକୁ ସୁପ୍ରିମକୋର୍ଟ କହିଛନ୍ତି।

ଶୁଣାଣି ସମୟରେ ଅଯୋଧ୍ୟାରେ ରାମ ଜନ୍ମଭୂମି ବିବାଦରେ ସୁପ୍ରିମକୋର୍ଟ ଏକ ମହତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ । କୋର୍ଟ କହିଥିଲେ, ରାମ ମନ୍ଦିର ମୁଦ୍ଦା ଅଦାଲତର ବାହାରେ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ହେବା ଦରକାର । କୋର୍ଟରେ ଏହି ମାମଲା ୧୯୫୦ରୁ ଚାଲିଛି ଅର୍ଥାତ ଗତ ୬୯ ବର୍ଷ ଧରି ଏହି ବିବାଦ ଉପରେ କୈାଣସି ସମାଧାନର ସୁତ୍ର ବାହାରି ପାରୁନି । ଦେଶର ଅନେକ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଆଉ ଅଦାଲତ ଏହି ବିବାଦର ସମାଧାନ କରିବାକୁ ଉଦ୍ୟମ କରିଥିଲେ, ହେଲେ କେହି ବି ସଫଳ ହୋଇନଥିଲେ ।

ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଥିଲେ କି, ବାବରଙ୍କ ସମୟରେ ମସଜିଦ୍ ନିର୍ମାଣ କରାଯାଇଥିଲା ହେଲେ , ଖାଲିଥିବା ସ୍ଥାନରେ ମସଜିଦ୍ ଥିବା ନେଇ କୌଣସି ତଥ୍ୟ ପ୍ରମାଣ ନାହିଁ । ଦ୍ୱାଦଶ ଓ ଷୋଡଶ ଶତାବ୍ଦୀରେ ଏଠାରେ କ’ଣ ଥିଲା ତାହାର ପ୍ରମାଣ ନାହିଁ , ହିନ୍ଦୁମାନଙ୍କର ବିଶ୍ୱାସ ଯେ ସେହିଠାରେ ରାମଙ୍କର ଜନ୍ମ ହୋଇଥିଲା ।

ସେହିପରି ସୁନ୍ନୀ ବୋର୍ଡ ବିରୋଧରେ ସିହା ୱାକଫ୍ ବୋର୍ଡର ଆବେଦନ ଖାରଜ କରାଯାଇଛି । ଏପରିକି ନିର୍ମୋହୀ ଆଖଡ଼ା ଉପରେ ସେବାୟତଙ୍କ ଅଧିକାର ନାହିଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ଅନ୍ୟପଟେ ଅଯୋଧ୍ୟାରେ ରାମଙ୍କ ଜନ୍ମକୁ ନେଇ କେହି ବିରୋଧ କରି ନଥିବାବେଳେ ଐତିହାସିକ ରାୟ ଶୁଣାଇ ମୁସଲମାନ ପକ୍ଷଙ୍କୁ ବିକଳ୍ପ ସ୍ଥାନ ଯୋଗାଇ ଦେବାକୁ ସୁପ୍ରିମ୍ ଫୈସଲା ଶୁଣାଇଛନ୍ତି ସୁପ୍ରିମକୋର୍ଟ ।

ଅଯୋଧ୍ୟା ବିବାଦୀୟ ଜମି ଉପରେ ମନ୍ଦିର ନିର୍ମାଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମନ୍ଦିର ତିଆରି ପାଇଁ ଗଠନ ଏକ ଟ୍ରଷ୍ଟ ଗଠନ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ୩ ମାସ ଭିତରେ ଏକ ବୋର୍ଡ ତିଆରି କରିବେ କେନ୍ଦ୍ର ସରକାର ।

Share

Leave a Reply

Your email address will not be published. Required fields are marked *

six + six =