୮ରାଜ୍ୟକୁ ସୁପି୍ରମକୋର୍ଟ ନୋଟିସ

ସୂଚନା କମିଶନ ଗଠନ ପ୍ରକ୍ରୀୟାରେ ଅବହେଳା ପାଇଁ ସୁପି୍ରମକୋର୍ଟ ୮ଟି ରାଜ୍ୟକୁ କାରଣ ଦର୍ଶାଇବା ପାଇଁ ନୋଟିସ ଜାରୀ କରିଛନ୍ତି । ସପ୍ତାହକ ମଧ୍ୟରେ ସମସ୍ତ ରାଜ୍ୟ ଏ ସମ୍ପର୍କରେ ସୁପି୍ରମକୋର୍ଟକୁ ତଥ୍ୟ ଯୋଗାଇଦେବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି ।ଏହି ରାଜ୍ୟ ଗୁଡିକ ମଧ୍ୟରେ ପଶ୍ଚିମବଙ୍ଗ, ଗୁଜୁରାଟ, ଓଡିଶା,ଆନ୍ଧ୍ର,ତେଲେଙ୍ଗାନା,ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ । ଓଡିଶାରେ ବର୍ତମାନ ମୁଖ୍ୟ ସୂଚନା କମିଶନଙ୍କ ସମେତ ୩ଜଣ କମିଶନ ଅଛନ୍ତି ଏବଂ ଆହୁରି ୮ଟି ପଦବୀ ଖାଲି ପଡିଛି । ସେହିପରି ଅନ୍ୟ ୭ଟି ରାଜ୍ୟରେ ମଧ୍ୟ ସୂଚନା କମିଶନ ପଦବୀ ଠିକ ଭାବରେ କାର୍ଯ୍ୟ କରୁନାହିଁ । ଏସମ୍ପର୍କରେ ବିଶିଷ୍ଟ ଆଇନଜୀବି ପ୍ରଶାନ୍ତ ଭୂଷଣ ସୁପି୍ରମକୋର୍ଟରେ ଏକ ପିଟିସନ ଦାୟର କରିଥିଲେ । ସୁପି୍ରମକୋର୍ଟ ଏହା ଉପରେ ଶୁଣାଣି କରି ଏହି ନିଦେ୍ର୍ଧଶନାମା ଦେବା ସହିତ ସୂଚନା କମିଶନ ପଦବୀ ପୂରଣର ସମ୍ପୂର୍ଣ୍ଣ ପ୍ରକ୍ରୀୟା ସମ୍ପର୍କରେ ଜଣେଇବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

10 − 7 =