ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ () ଉତ୍ତର ପ୍ରଦେଶର ପ୍ରସିଦ୍ଧ ଆହ୍ଲାବାଦ ସହରର ନାଁକୁ ସରକାର ପ୍ରୟାଗରାଜ କରିଥିଲେ ହେଁ ଏହାକୁ ନେଇ ବିବାଦ ଜାରି ରହିଛି। ଏହା ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ ହୋଇଥିଲା। ଆଜି ସୁପ୍ରିମକୋର୍ଟ ଏହାର ଶୁଣାଣି କରି ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ କରିଛନ୍ତି।

ଆବେଦନକାରୀ କହିଛନ୍ତି ଯେ ରାଜ୍ୟ ସରକାରମାନେ ରେଳ ଷ୍ଟେସନ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ପ୍ରତିଷ୍ଠାନର ନାଁ ବଦଳାଇ ପାରିବେ ନାହିଁ। କାରଣ ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ।

ମୋଗଲ ସମ୍ରାଟ ଆକବର ୫୦୦ ବର୍ଷ ତଳେ ପ୍ରୟାଗକୁ ବଦଳାଇ ଆହ୍ଲାବାଦ କରିଥିଲେ।ଏହି କାରଣରୁ ପୁଣିଥରେ ଏଭଳି ନାଁ ବଦଳା ଯାଇଛି ବୋଲି ବିଜେପି ପକ୍ଷରୁ ଯୁକ୍ତି କରାଯାଇଛି। ଆକବର ଯେଉଁ ସବୁ ସହରର ଗୁଡ଼ିକର ନାଁ ବଦଳାଇଥିଲେ ଏବେ ଆମେ ଏହାକୁ ପରିବର୍ତ୍ତନ କରୁଛୁ ବୋଲି ମଧ୍ୟ ବିଜେପି କହିଛି।

Share

Leave a Reply

Your email address will not be published. Required fields are marked *

18 + seventeen =